ପୁଣି ପରଦାକୁ ଫେରୁଛନ୍ତି ଅମିର ଖାଁ
ଅନେକ ଦିନର ବ୍ୟବଧାନ ପରେ ପୁଣି ପରଦାକୁ ଫେରୁଛନ୍ତି ମିଷ୍ଟର ଫରଫେକ୍ଟନିଷ୍ଟ ଅମିର ଖାଁ । ତାଙ୍କ ଆଗାମୀ ଫିଲ୍ମ “ଲାଲ ସିଂ ଚଢା’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ପୋଷ୍ଟରରେ ଅମିରଙ୍କ ସରଦାର ଜୀଙ୍କ ରୂପରେ ଦେଖିବାକୁ ମିଳିଛି । ମୁଣ୍ଡରେ ପଗଡି, ମୁହଁରେ ହାଲକା ହସ, ତା’ସହ ବଡ ବଡ ଦାଢିରେ ଅମିର ଏକଦମ୍ ନିଆରା ଦେଖାଯାଉଛନ୍ତି । ପୋଷ୍ଟର ଶେୟାର କରି ଅମିର କହିଛନ୍ତି, “ସତ୍ ଶ୍ରୀ ଅକାଲ୍’ । ପୋଷ୍ଟରରେ ଅମିରଙ୍କ ଲୁକ୍କୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ହଲିଉଡ୍ କ୍ଲାସିକ୍ ଫିଲ୍ମ “ଫରେଷ୍ଟ୍ ଗମ୍ପ୍’ର କାହାଣୀରୁ ପ୍ରେରିତ ହୋଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି । ଅମିରଙ୍କ ବ୍ୟତୀତ ଏହି ଫିଲ୍ମରେ କରିନା କପୁର ଲିଡ୍ ରୋଲରେ ନଜର ଆସିବେ । କିରଣ ରାଓଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମଟି ୨୦୨୦ ଖ୍ରୀଷ୍ଟମାସ ଅବସରରେ ରିଲିଜ୍ ହେବ ।


