ପୁଅର ଦୁର୍ଘଟଣା କ୍ଷତ ଦେଖି ମାର ହୃଦଘାତରେ ମୃତ୍ୟୁ

ହାଟଡିହି, (ବିକାଶ ବିଶ୍ୱାଳ) :-ପୁଅ ଦୁର୍ଘଟଣାରେ ଆହତ ହେବାପରେ ପୁଅର କ୍ଷତଦେଖି ମା’ ହୃଦଘାତରେ ପ୍ରାଣ ହରାଇଥିବା ଜଣାଯାଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଓରାଳି ଗ୍ରାମରେ । କବରରୁ ଜଣାଯାଇଛି ଯେ ଗ୍ରାମର ବିନୋଦ ବେହେରାଙ୍କ ପୁଅ ମାନସ ହାଇଦ୍ରାବାଦରେ ରହି କାମ କରନ୍ତି । ସେ ଗତ କିଛିଦିନ ହେବ ଘରକୁ ଆସିଥିବାବେଳେ ଗତ ଚାରିଦିନ ତଳେ ସେ ଆନନ୍ଦପୁର ନିକଟରେ ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ କଟକ ନିଆଯାଇ ସେଠାରେ ଚିକିତ୍ସିତ କରାଯାଉଛିି । ଏ ଖବର ପାଇବାପରେ ତାଙ୍କ ମାଆ ସୁଶମା ବେହେରା କଟକ ମେଡିକାଲକୁ ଯାଇ ପୁଅକୁ ଦେଖି ଘରକୁ ଆସିବା ପରେ ପରେ ହଠାତ ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ