‘ରୂପାୟନ’ପକ୍ଷରୁ ରଜ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) :-ସ୍ୱେଚ୍ଛାସେବୀ ସଂଗଠନ ରୂପାୟନ ପକ୍ଷରୁ ଉତ୍କଳୀୟ ସଂସ୍କୃତିର ଅନ୍ୟତମ ଗଣପର୍ବ ‘ରଜ’ ଉତ୍ସବ ସ୍ଥାନୀୟ ମ୍ୟୁନିସିପାଲ ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି । ରୂପାୟନର ପ୍ରତିଷ୍ଠାତା ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତ ଅନୁଷ୍ଠିତ ହୋଇଥିଲା । ଉତ୍ସବସ୍ଥଳୀରେ ବନ୍ଧା ହୋଇଥିବା ରଜ ଦୋଳିରେ ସମସ୍ତେ ଝୁଲିଥିଲେ । ମହିଳାମାନେ ପୁଚି, ସ୍କିପିଂ ଓ ରଜ ମଉଜ ନାଚରେ ଅଂଶ ଗ୍ରହଣ କରିଥିଲେ । ସଂଗଠନର ପକ୍ଷରୁ ପ୍ରସ୍ତୁତ ହୋଇଥବା ରଜର ପିଠା, ମିଠା, ପଣସ, ଆମ୍ବ, କଦଳୀ, ଦହିବରା, ଆରିଷା, କାକରା ସ୍ୱାଦ ସହିତ ସ୍ୱତନ୍ତ୍ର ରଜପାନର ମଜା ନେଇଥିଲେ ସମସ୍ତେ । ଏହି ଉତ୍ସବର ସନ୍ଧ୍ୟା କାର୍ଯ୍ୟକ୍ରମରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ରୂପାୟନ ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରୂପାୟନର ରାଜ୍ୟ ସଭାପତି ଆଶୁତୋଷ ଦାସ, ବାଲେଶ୍ୱର ଜିଲ୍ଲା ସଭାପତି ତାପସ ସାହୁ, ସ୍ଥାନୀୟ କାଉନସିଲର ଦେବାଶିଷ ସିଂ, ସାମାଜିଜ କର୍ମୀ ଭଗବାନ ମୋହନୀ, ଜିତେନ୍ଦ୍ର ଉପାଧ୍ୟାୟ, ଗୌତମୀ କର, ବନିତା ରାଣୀ କର, ବିନୋଦିନୀ ପାଣିଗ୍ରାହୀ, ଅଜିତ ନାୟକ, ଦମୟନ୍ତୀ ପଣ୍ଡା, ରୀନାରାଣୀ ପାତ୍ର, ଯୋଶଦାନନ୍ଦନ ଆଶ, ଭୂଦେବ, ପ୍ରତିମା ପଣ୍ଡା, ଅଞ୍ଜଳି ପଣ୍ଡା, ଚିତ୍ରା ପାତ୍ର, ଡକ୍ଟର ହରିଶଚନ୍ଦ୍ର ବେହେରା, ଆଇନଜୀବୀ ବିଜୟ ପାଣିଗ୍ରାହୀ, କବି ଅଭୟ ଦାସ, କବି ଉଦୟ ଦାସ, ପୂର୍ବତନ ପୌର-ଉପାଧ୍ୟକ୍ଷା ଶକୁନ୍ତଳା ସିଂ, ସୋମାରାଣୀ ପାତ୍ର, ଗୌରାଙ୍ଗ ପାଣିଗ୍ରାହୀ, ପ୍ରିୟବ୍ରତ ସାହୁ, ପ୍ରଦୀପ ଦାସମହାପାତ୍ର, ବିଧାନ ରାୟ, ପଦ୍ମିନୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ରଞ୍ଜନ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


