ଶିଶୁ ଅଧିକାର ସପ୍ତାହ ପାଳିତ

ବାଲେଶ୍ୱର (ସରୋଜ ପଣ୍ଡା): ଶିଶୁଙ୍କ ଅଧିକାର, ସୁରକ୍ଷା ଓ ସାମଗ୍ରିକ ବିକାଶ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବାଲେଶ୍ୱରର ଭାଲିଆଡାଙ୍ଗ ଅଙ୍ଗନବାଡ଼ି କେନ୍ଦ୍ରଠାରେ ଶିଶୁ ଅଧିକାର ସପ୍ତାହ ପାଳିତ ହୋଇଯାଇଛି। ମେ ଆଇ ହେଲ୍ପ ୟୁ ଓ ଶିଶୁ ଶ୍ରମ ବିରୋଧ ଅଭିଯାନ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ମେ ଆଇ ହେଲ୍ପ ୟୁର ସମ୍ପାଦକ ଉବାଚକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶିଶୁ ମଙ୍ଗଳ କମିଟିର ସଦସ୍ୟ ଯାଦବେଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁଙ୍କ ଚାରିଟି ମୌଳିକ ଅଧିକାର ଯଥା—ବଞ୍ଚିବାର ଅଧିକାର, ବିକାଶର ଅଧିକାର, ସୁରକ୍ଷାର ଅଧିକାର ଓ ଅଂଶଗ୍ରହଣର ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ଶିଶୁମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।
ସ୍ଥାନୀୟ କାଉନସିଲର ଦେବାଶିଷ ସିଂହ ଯୋଗଦେଇ ଶିଶୁମାନଙ୍କ ଅଧିକାରର ସୁରକ୍ଷା ଏବଂ ସେମାନଙ୍କୁ ଏକ ସୁସ୍ଥ ଓ ସୁରକ୍ଷିତ ପରିବେଶ ଯୋଗାଇଦେବା ଦିଗରେ ସମସ୍ତଙ୍କ ଦାୟିତ୍ୱ ରହିଥିବା କହିଥିଲେ। ଏହି ଅବସରରେ ଶିଶୁ ଅଧିକାର ବିଷୟବସ୍ତୁକୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଜୟନ୍ତୀ ବିଶ୍ୱାଳ ଓ ସ୍ୱର୍ଣ୍ଣଲତା ଘୋଷ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ