ହାଇଦ୍ରାବାଦ, ପୁନେ ଓ ଆମ୍‍ଷ୍ଟରଡାମ୍‍ରେ ଆଓ ନେକ୍‍ଷ୍ଟ ପକ୍ଷରୁ ଫିଲ୍ମ ପ୍ରମୋସନ (ଟିଜରରିଲିଜ୍‍)

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପ୍ରବାସୀ ଓଡିଆଙ୍କୁ ଆକର୍ଷିତ କରିବା ପାଇଁଓଡିଶାର ପ୍ରଥମ ସ୍ୱାଧୀନ ଓଟିଟି ପ୍ଳାଟଫର୍ମ ‘ଆଓନେକ୍‍ଷ୍ଟ’ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ । ହାଇଦ୍ରାବାଦ, ପୁନେ ଓ ଆମଷ୍ଟରଡାମ୍‍ ପରି ବହୁଳ ଓଡିଆ ଭାଷାଭାଷୀ ଅଞ୍ଚଳରେ ପାଳିତହୋଇଯାଇଛି ରଜ ମହୋତ୍ସବ । ଜୁନ୍‍ ୧୯ ତାରିଖରେ ସ୍ଥାନୀୟ ପ୍ରବାସୀ ଓଡିଆ ସମାଜ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବ ମାନଙ୍କରେ ଆଓ ନେକ୍‍ଷ୍ଟ ଦ୍ୱାରା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କ୍ୟାପିଟାଲଟକିଜ’ ରଟିଜର ଓ ‘ଯାଯାବର ୨.୦’ର ମୋଶନ ପୋଷ୍ଟରରିଲିଜ୍‍ ହୋଇଯାଇଛି । ଏହାକୁ ସେଠାକାର ଓଡିଆ ଲୋକମାନେ ମନଭରି ଉପଭୋଗ କରିବା ସହିତ ଉତ୍ସ୍‍ବସିତ ପ୍ରଶଂସା କରିଛନ୍ତି । କେବଳସେତିକି ନୁହେଁ ମୁଖ୍ୟ ପ୍ରାୟୋଜକ ଆଓ ନେକ୍‍ଷ୍ଟ ପକ୍ଷରୁ ରଜକୁଇନ୍‍ ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇ ଥିଲା । ଆଓ ନେକଷ୍ଟ ଏହାର ମୁଖ୍ୟ ପ୍ରାୟୋଜକ ରହିଥିବାବେଳେ ଯଥାକ୍ରମେ ହାଇଦ୍ରାବାଦ ଓ ପୁନେଠାରେ କଳିଙ୍ଗସ୍ୱରାଜ ଏବଂ ଆମଷ୍ଟରଡାମ୍‍ ଠାରେ ଅସ୍କାନ ସଂଗଠନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଥିଲା । ଆଗକୁ ଏଭଳି ଅନେକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହିତ ଆଓ ନେକ୍‍ଷ୍ଟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଦର୍ଶକଙ୍କ ପାଖରେ ପହଞ୍ଚାଇବାର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ କୌଶିକ ଦାସ । ସେହିଭଳି କାହାଣୀ ଚୟନ ଓ ଗୁଣବତ୍ତା ବଳରେ ସର୍ବଶ୍ରେଷ୍ଠ ମନୋରଞ୍ଜନ ଯୋଗାଇ ଦେବାକୁ ଆଓ ନେକ୍‍ଷ୍ଟ ବଦ୍ଧପରିକର ବୋଲି ମତ ରଖିଛନ୍ତି I ଏହାର ସହ-ପ୍ରତିଷ୍ଠାତା ରାମଭଦ୍ର ପଟ୍ଟନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ