ଛଅ ପଞ୍ଚାୟତକୁ ନେଇ ସ୍ୱାସ୍ଥ୍ୟ ଅଧିକାର ସମ୍ବନ୍ଧିତ କର୍ମଶାଳା

ବେଲଗୁଣ୍ଠା- ବେଲଗୁଣ୍ଠା ବ୍ଲକ ର ତିନୋତଟି ପଞ୍ଚାତ ବଙ୍କା,ମଙ୍ଗଳପୁର ଓ ଆମ୍ବପୁଆ ଏବଂ ଭଂଗିବର ବ୍ଲକର ତିନେଟି ପଞ୍ଚାୟତ ମୁଦୁଲି ପଲ୍ଲୀ,ବଡ କେଦାଣ୍ଡ,ଓ ଗାମୁଣ୍ଡି ପଞ୍ଚାୟତରେ ସମସ୍ତ ଗ୍ରାମର ଅଙ୍ଗନବାଡି କର୍ମୀ,ଏ.ନ୍‌.ଏମ୍ ଓ ଆଶା କର୍ମୀ ମାନଙ୍କୁ ନେଇ କୈଶୋର ଓ ପ୍ରଜନନ ସ୍ୱାସ୍ଥ୍ୟ ଅଧିକାର ସମ୍ବନ୍ଧିତ ଦୁଇ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବିଭାଗରୁ ପ୍ରାୟ ୭୦ରୁ ଅଧିକ କର୍ମୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ରଷ୍ଟ୍ରିୟ ସ୍ୱାସ୍ଥ୍ୟ ଓ ସ୍ୱେଚ୍ଛାସେବୀ ସଂଗଠନ ଆଇନା ଦ୍ୱାରା ଆୟୋଜିତ କର୍ମଶାଳାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସରକାରୀ ସୁବିଧା ଉପଯୋଗିତା ଏବଂ ସମାଜର ରହିଥିବା ଅନ୍ଧବିଶ୍ୱାସ ଉପରେ ଡା.ମମତା ପ୍ରଧାନ ତାଲିକା ପ୍ରଦାନ କରିଥିଲେ । ଦୁଇ ଦିବସୀୟ କର୍ମଶାଳାକୁ ଆଇନାର ଜିଲ୍ଲା ପ୍ରବନ୍ଧକ ଦିଲ୍ଲୀପ ବିଶ୍ୱାଳ ପ୍ରୋଜେଟ୍ ମ୍ୟାନେଜର ଜିବନ୍ତ ଛିଞ୍ଚିଣି,ଲଲିତ୍ ପାଲ୍‌,ଟୁକୁନା ଖଟେଇ ଙ୍କ ସମେତ ବେଲଗୁଣ୍ଠା ବ୍ଲକ ସଂଯୋଜକ ଭାର୍ଗବ ପାଣିଗ୍ରାହୀ,ଭଂଜନଗର ସଂଯୋଜକ ଚିରସ୍ମିତା ପରିଡା, ବିଶ୍ୱନାଥ ଗୈଡ ପ୍ରମୁଖ ସହେଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ