ଜି ଏସ କାଲଟେକ୍ସ କ୍ରିକେଟ କପ୍, ଡନ ଟିମ୍- ଚମ୍ପିୟାନ
ରାଇରଙ୍ଗପୁର-ରାଇରଙ୍ଗପୁର ଷ୍ଟାଡିୟମର ୫ମ ଏକଦିବସୀୟ ଜି ଏସ କାଲଟେକ୍ସ କ୍ରିକେଟ କପ୍ -୨୦୧୯ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ବଛା ବଛା ୧୦ ଟି ଦଳ ଅଂଶଗ୍ରହଣ କରିଥିଲେ । ସେମାନେ ହେଲେ ଦବଙ୍ଗ, ବାହୁବଳୀ, ଗଜନୀ, ସୁଲତାନ,ବାଗି,ଖିଲାଡ଼ି,ତେଜାବ,ଦିୱାନା,ଡନ ଏବଂ ବାଜିଗର ।ଏହି ଖେଳକୁ ଜି ଏସ କାଲଟେକ୍ସର ସନ୍ଦିପ ଦାସ, ଆନନ୍ଦ ପ୍ରଭାକର, ବିଶ୍ବରଂଜନ ବେହେରା,କିଶୋର ଦାସ, ପ୍ରକାଶ ବଳ,ପ୍ରମୋଦ ପ୍ରମୁଖ ଉଦଘାଟନ କରିବା ସହ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।ଅମ୍ପାୟାର ଦାୟିତ୍ବରେ ସଂଜୀବ ସିଂହ ଏବଂ ରାଜୁ ଥିଲେ । ଖେଳରେ ଡନ କ୍ରିକେଟ ଟିମ୍ ଚମ୍ପିୟାନ ହୋଇଥିବାବେଳେ ଗଜନୀ କ୍ରିକେଟ ଦଳ ରନର୍ସ ଅପ୍ ହୋଇଥିଲା । ପଡ଼ିଆରେ ଦର୍ଶକ ଭରପୁର ମଜା ନେଇଥିଲେ ।


