ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ଅଧିଷ୍ଠାନ ଦିବସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସ୍ଥାନୀୟ ହୋଟେଲ ଏମ୍ପାୟର୍ସ ଠାରେ ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ୨୦୨୨-୨୩ ବର୍ଷ ପାଇଁ ଅଧିଷ୍ଠାନ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପୂର୍ବତନ ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଲାୟନ ପ୍ରଫୁଲ୍ଲ କୁମାର ସାହୁ, ଜିଲ୍ଲା ୩୨୨ କ୫ ଯୋଗଦାନ କରି ନୂତନ ଭାବେ ନିର୍ବାଚିତ ହୋଇଥିବା ଲାୟନ ଶରତ କୁମାର ପରିଡ଼ା ସଭାପତି, ଲାୟନ ପ୍ରଶାନ୍ତ କୁମାର ପରିଡ଼ା ସମ୍ପାଦକ, ଓ ଲାୟନ ଇଂ ସଞ୍ଜୟ କୁମାରଙ୍କୁ କୋଷାଧ୍ୟକ୍ଷ ଭାବେ ଅଧିଷ୍ଠିତ କରି ଶପଥପାଠ କରାଇଥିଲେ । ଲାୟନ ସାହୁ ଏମାନଙ୍କୁ ଲାୟନ୍ସବାଦର ଗୁଢତତ୍ତ୍ୱକୁ ପ୍ରତିପାଳନ କରିବା ପାଇଁ ପ୍ରବର୍ତ୍ତାଇଥିଲେ । ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ୍ସ ଜିଲ୍ଲା ୩୨୨ କ୪, ଲାୟନ୍ସ ଡାଃ ପି.କେ. ତ୍ରିପାଠୀ ନୂତନ ଭାବେ ଅଂଶଗ୍ରଣ କରିଥିବା ସଭ୍ୟମାନଙ୍କୁ ଶପଥ ପାଠ କରାଇଥିଲେ । ଆଞ୍ଚଳିକ ଅଧ୍ୟକ୍ଷ ଲାୟନ ଲଳିତେନ୍ଦୁ ଶତପଥୀ ଓ ଲାୟନ ଅଶୋକ ଅଗ୍ରୱାଲ ଲାୟନ୍ସ ବର୍ଷ ୨୦୨୧ -୨୨ର ସମାଜ ପାଇଁ ହୋଇଥିବା ପ୍ରତ୍ୟେକଟି ସେବାକୁ ଆନ୍ତରିକତାର ସହିତ ହୃଦୟଙ୍ଗମ କରି କ୍ଲବର ସଭାପତି ଏବଂ ତାଙ୍କ ସହଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଚଳିତବର୍ଷ ୨୦୨୧-୨୨ର ସଭାପତି ଇଂ ସିର୍ଦ୍ଧାର୍ଥ ମହାନ୍ତି, ସମ୍ପାଦକ ଲାୟନ ଡଃ ବିପିନ ବିହାରୀ ମିଶ୍ର, କୋଷାଧ୍ୟକ୍ଷ ଲାୟନ ଏସ୍. କାହ୍ନୁରଞ୍ଜନ ପୃଷ୍ଟି ନୂତନ ଭାବେ ଅଧିଷ୍ଠିତ ହୋଇଥିବା କର୍ମକର୍ତ୍ତାଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଉତ୍ସବରେ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଓ ବହୁ କ୍ଷମତାସମ୍ପନ୍ନ ଲାୟନ୍ସମାନେ ଯୋଗଦାନ କରି ଲାୟନ୍ସ କ୍ଲବର ସାମାଜିକ କାର୍ଯ୍ୟକଳାପକୁ ଭୂୟସୀ ପ୍ରଶଂସା କରିଥିଲେ । ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ପ୍ରତ୍ୟେକଟି ସଫଳ କାର୍ଯ୍ୟକୁ ଚିକିତ୍ସାଳୟର ଅଧ୍ୟକ୍ଷ ଲାୟନ ସୁଧାଂଶୁ କୁମାର ମହାନ୍ତି ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥିତ ଥିବା ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ଏହି ସଭାକୁ ଲାୟନ କିଶୋର ଚନ୍ଦ୍ର ସହୁ ଓ ଲାୟନ ସୁଧାଂଶୁ କୁମାର ମହାନ୍ତି ପରିଚାଳନା କରିଥିଲେ । ଶେଷରେ ଲାୟନ ପ୍ରଶାନ୍ତ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।