ଲତାଙ୍କୁ ଭାବପ୍ରବଣ ଟୁଇଟ୍ କଲେ ଧର୍ମେନ୍ଦ୍ର
ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ବର୍ତ୍ତମାନ ଅସୁସ୍ଥ ଅଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଇଣ୍ଟେନ୍ସିଭ କେୟାର ୟୁନିଟ (ଆଇସିୟୁ)ରେ ରଖାଯାଇଛି । ଲତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପାଇଁ ଆହୁରି ସମୟ ଲାଗିବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡିଛି । ତାଙ୍କ ଅସୁସ୍ଥ ଖବର ଶୁଣି ସେଲେବ୍ରିଟିଠାରୁ ଆରମ୍ଭ କରି ପୂରା ଦେଶର ଜନତା ତାଙ୍କ ଆରୋଗ୍ୟ କାମନା କରିବାରେ ଲାଗିଛନ୍ତି । ଏଥିରେ ସାମିଲ ହୋଇଛନ୍ତି ଅଭିନେତା ଧର୍ମେନ୍ଦ୍ର । ସେ ଲତାଙ୍କୁ ଏକ ଭାବପ୍ରବଣ ଟୁଇଟ କରିଛନ୍ତି । ଟୁଇଟ୍ରରେ ଲତାଙ୍କ ଏକ ପୁରୁଣା ଫଟୋ ଶେୟାର କରି ଲେଖିଛନ୍ତି, “ତୁମ୍ ଜାନ୍ ହା ଜମାନେ କି, ୟୁଁ ମୁକୁରାତି ରହା, ଲଭ୍ ୟୁ ଲତା ଜୀ’ । ନଭେମ୍ବର ୧୧ରେ ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ଲତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।


