ସଂକଳ୍ପ ପରିବାର ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :-ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲା ରକ୍ତଭଣ୍ଡାର ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଯୁବ ସଂଗଠକ ସଲିମ ରାଜା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଜିଲାରେ ରକ୍ତର ଅଭାବ ପୂରଣ ପାଇଁ ଏହିଭଳି ଶିବିର ନିୟମିତ ବ୍ୟବଧାନରେ ଆୟୋଜନ ହେବ ବୋଲି ସୂଚନା ଦେଇଥିଲେ । ଆନନ୍ଦ ସକୁନିଆ, ସଜିର ଉଦ୍ଦିନ ଖାନ, ଶେଖ ନଜିମ, ଡିଏମଡିସିର ସଫିନା ପଣ୍ଡା, ଅନ୍ୟନ୍ୟା ନାୟକ, ସାଜନ ମଲିକ ପ୍ରମୁଖ ଏଥିରେ ଉପସ୍ଥିତ ରହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଶିବିର ଶେଷ ସୁଦ୍ଧା ୫୦ ୟୁନିଟରୁ ଅଧିକ ରକ୍ତ ସଂଗୃହୀତ ହୋଇଥିଲା ।


