ବ୍ରାଉନ୍ସୁଗାର କାରବାରର ରାକେଟ୍ ବିଷୟରେ ‘ମନା’ର ଉଦ୍ବେଗ
ବାଲେଶ୍ୱର, (ଓ୍ବାଇଏନଏସ): ମିଳିତ ନିଶା ନିବାରଣ ଅଭିଯାନ ‘ମନା’ର ପଞ୍ଚମ ମାସିକ ବୈଠକ ଶୁକ୍ରବାର ଦିନ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ‘ମନା’ର ସଭାପତି ଆଇନଜୀବୀ ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦିକା ଶ୍ରୀମତୀ ମମତା ମହାପାତ୍ର ଚଳିତ ବର୍ଷ ଏପ୍ରିଲ୍ ୧୯ ତାରିଖରେ ହୋଇଥିବା ବାର୍ଷିକ ସମ୍ମିଳନୀର ବିବରଣୀ ପାଠ କଲାପରେ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିବା ବାଲେଶ୍ୱରରେ ବ୍ରାଉନ୍ସୁଗାର ଭଳି ମାରାତ୍ମକ ନିଶା କାରବାରର ରାକେଟ୍ ବିଷୟରେ ଉପସ୍ଥାପନା କରିଥିଲେ। ଉପସ୍ଥିତ ସଦସ୍ୟ ସଦସ୍ୟାମାନେ ଏହି ବିଷୟରେ ଗଭୀର ଉଦ୍ବେଗ ପ୍ରକଟ କରିଥିଲେ ଓ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କଠାରେ ଦାବି କରିବା ପ୍ରସ୍ତାବ ସର୍ବସମ୍ମତ କ୍ରମେ ଗୃହୀତ ହୋଇଥିଲା। ଉପଦେଷ୍ଟା ସୁବ୍ରତ କର, ଡ. କେଶବ ଚରଣ ପଣ୍ଡା, ଡ. କ୍ଷିତୀଶ୍ୱର ଦାଶ, ଅର୍ଚ୍ଚନା ନନ୍ଦୀ, କଲ୍ୟାଣୀ ନନ୍ଦ, ପ୍ରଫୁଲ୍ଲ କୁମାର ଦାସ, ଗୀତାଞ୍ଜଳି ସିଂହ, ତ୍ରିଦିବ ନାୟକ, ଗଙ୍ଗାଧର ପୃଷ୍ଟି, ଲକ୍ଷ୍ମଣ ଚରଣ ବିଶ୍ୱାଳ, ଶଶାଙ୍କ ଶେଖର ଦତ୍ତ, ଭାସ୍କର ଚନ୍ଦ୍ର ମିଶ୍ର, କମଳାକାନ୍ତ ଦାଶ, ରବିନାରାୟଣ ଭୋଳ, ଭୂପତି ଭୂଷଣ ଦାସ, ସଞ୍ଜୟ କୁମାର ପଣ୍ଡା (ଖ), ଅକ୍ଷୟ କୁମାର ତ୍ରିପାଠୀ, ବସନ୍ତ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ପ୍ରଭାକର ସାହୁ (ଖ) ଧନ୍ୟବାଦ ଅର୍ପଣ କରିଥିଲେ।


