କୃପାଳୁ ସଂକୀର୍ତ୍ତନ ଦଳ ଦ୍ୱାରା ଆୟୋଜିତ ଆଭାସୀ ବାଳ ସତସଙ୍ଗରେ ବାଳ ମୁକୁନ୍ଦ କେନ୍ଦ୍ରର ଯୋଗଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା କୃପାଳୁ ସଂକୀର୍ତ୍ତନ ଦଳ ଦ୍ୱାରା ଆୟୋଜିତ ଆଭାସୀ ବାଳ ସତସଙ୍ଗରେ ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁମାନେ ଯୋଗଦେଇ ସାଧନା କରିଥିଲେ l ଏଥିରେ ଅରୁଣା ଦିଦିଙ୍କ ସଭାପତିତ୍ୱରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା l ପ୍ରଥମେ ଜଗତଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ଆରତୀ ପରେ ବାଳ ସାଧନା କାର୍ଯ୍ୟକ୍ରମ ସହ ଗୁରୁ ପୂର୍ଣ୍ଣିମା ବିଷୟରେ ଆଲୋଚନା ହୋଇଥିଲା l


