ଶ୍ରୀସତ୍ୟସାଇ ସେବା ସମିତି ପକ୍ଷରୁ ଦନ୍ତ ଚିକିତ୍ସା ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ମୀରପାଟଣାସ୍ଥିତ ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର ପରିସରରେ ଏକ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଦନ୍ତ ବିଶେଷଜ୍ଞ ଡା. ସମିର କୁମାର ସେନାପତି ଯୋଗଦେଇ ପିଲାଙ୍କ ଦାନ୍ତ ପରୀକ୍ଷା କରିବା ସହିତ ପିଲାମାନଙ୍କ ଦାନ୍ତ ଓ ଶରୀରର ଉପଯୁକ୍ତ ଯତ୍ନ ନେବା ପାଇଁ ଆବଶ୍ୟକ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ସତ୍ୟସାଇ ସେବା ସମିତି କେନ୍ଦ୍ରାପଡା ଜିଲ୍ଲାର ସଭାପତି ରାଧାକୃଷ୍ଣ ସାହୁ, ଭାଇ ତ୍ରୈଲୋକ୍ୟ ପରିଡା, ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ବସନ୍ତ କୁମାର ସାହୁଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମାମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ