ଶ୍ରୀସତ୍ୟସାଇ ସେବା ସଂଗଠନ ପକ୍ଷରୁ ଅସହାୟ ମହିଳାଙ୍କ ଗୃହ ନିର୍ମାଣ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବିଗତ ୨୦୧୯ ଫନି ବାତ୍ୟା ସମୟରେ କେନ୍ଦ୍ରାପଡା ଜିଲ୍ଲାର ଅଙ୍ଗୁଳାଇ ଗ୍ରାମପଞ୍ଚାୟତର ବରେଇ ଗ୍ରାମର ପୂଜା ଦାସ ନାମକ ଜୈନିକ ଅସହାୟ ମହିଳାଙ୍କ କରୁଣ କାହାଣି ଏକ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିଲା । ଏସମ୍ପର୍କରେ ଜାଣିବା ପରେ ଶ୍ରୀ ସତ୍ୟସାଇ ସେବା ସଂଗଠନ, ଭୁବନେଶ୍ୱର ଏବଂ କେନ୍ଦ୍ରାପଡା ଜିଲ୍ଲା ସଂଗଠନର ମିଳିତ ଉଦ୍ୟମରେ ସଂପୃକ୍ତ ମହିଳାଙ୍କର ଏକ ପକ୍କାଘର ନିର୍ମାଣ କରାଇ ଦିଆଯାଇଥିଲା । ଏହି କାର୍ଯ୍ୟରେ ସଂଗଠନର ରାଜ୍ୟ ଏବଂ ଜିଲ୍ଲାର ସମସ୍ତ ଭାଇଭଉଣୀମାନେ ଆକୁଣ୍ଠ ସହଯୋଗ ଏବଂ ଶ୍ରମଦାନ କରିଥିଲେ । ‘ମାନବ ସେବା ହିଁ ମାଧବ ସେବା’ ଏହି ମନ୍ତ୍ରରେ ଦିକ୍ଷିତ ଭଗବାନ ଶ୍ରୀ ସତ୍ୟସାଇ ସଂଗଠନର ସମସ୍ତ ସଦସ୍ୟବୃନ୍ଦଙ୍କ ଏହାଥିଲା ଭଗବାନଙ୍କ ଠାରେ ନିଷ୍କାମ ସେବା । ଗତ ୨୦୨୨ ଅପ୍ରେଲମାସ ୨୪ତାରିଖରେ ସତ୍ୟସାଇ ଆରାଧନା ଦିବସରେ ଏହି ଗୃହଟିକୁ ସଂପୃକ୍ତ ମହିଳାଙ୍କୁ ହସ୍ତାନ୍ତର କରାଯାଇଥିଲା ।


