ଗାଈ ଗୋରୁଙ୍କ ଦ୍ୱାରା ଫସଲ କ୍ଷତିକୁ ନେଇ ରାସ୍ତାରୋକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ସହରରେ ଗାଈ ଗୋରୁ ଦ୍ୱାରା ଫସଲ ନଷ୍ଟ ହେଉଥିବା ପ୍ରତିବାଦରେ ବୁଗୁଡା ଓଡିଆସାହି ଛକ ଠାରେ ଚାଷୀମାନେ ବୁଗୁଡା – ପୋଲସରା ମୁଖ୍ୟ ରାସ୍ତା ଅବରୋଧ କରିଥିବା ଜଣାପଡିଛି । ବୁଗୁଡା ସହରର ଧାନଚାଷ କରୁଥିବା ଚାଷୀମାନେ ଘରେ ରଖିଥିବା ଧାନ ଓ ଚାଷ ଜମିରେ ଚାଷ କରିବା ପାଇଁ ପକାଇଥିବା ତଳି ଓ ଅନ୍ୟାନ୍ୟ ଫସଲ ବୁଲା ଗାଈ ଗୋରୁ ନଷ୍ଟ କରୁଥିବା ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିବା ସହ ବୁଗୁଡା – ପୋଲସରା ମୁଖ୍ୟ ସଦକରେ ରାସ୍ତାରୋକ କରିବାକୁ ବାଧ୍ୟ ହୋଇଥିଲେ । ରାସ୍ତାରୋକ ଖବର ପାଇ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ପୋଲିସ ଥାନା ଆଇଆଇସି ଚିତରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ ରତ ଚାଷୀଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦେବା ପରେ ଦୀର୍ଘ ଦୁଇଘଣ୍ଟା ପରେ ରାସ୍ଥାରୋକ ହଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ