ରଥ ଉପରେ ଶ୍ରୀଜୀଉଙ୍କ ‘ସୁନାବେଶ’ ଦେଖିବାକୁ ପ୍ରବଳ ଜନସମାଗମ

 ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥାରୂଢ ଶ୍ରୀଜୀଉ ମାନଙ୍କ ବଡ଼ ଏକାଦଶୀ ଉପଲକ୍ଷେ ସୁନାବେଶ ଅନୁଷ୍ଠିତ ହୋଇଛି । ସକାଳ ୬ଟାରୁ ଶ୍ରୀଜୀଉ ମାନଙ୍କ ସମସ୍ତ ଦୈନିକ ରୀତିନୀତି ରଥ ଉପରେ ହିଁ ସମ୍ପର୍ଣ୍ଣ କରାଯାଇଥିଲା । ରବିବାର  ହରିଶୟନ ଏକାଦଶୀ ଉପଲକ୍ଷେ ପ୍ରାତଃ ଠାରୁ ମଧ୍ୟାନ୍ନ ପର୍ଯ୍ୟନ୍ତ ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ  ଅଞ୍ଚଳରୁ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ଭକ୍ତ ମାନଙ୍କ ସୁଅ ଛୁଟିଥିଲା । ମଧ୍ୟାନ୍ନ ଧୂପ ପରେ ମହାପ୍ରଭୂଙ୍କ ଅନ୍ୟାନ ନୀତି ଅନୁଷ୍ଠିତ ହୋଇଥିଲା ।  ଅପରାହ୍ନରେ ଏକାଦଶୀର ବିଶେଷ ଆକର୍ଷଣ ଶ୍ରୀ ଜୀଉ ମାନଙ୍କ ସୁନାବେଶ ମନ୍ଦିରର ମୁଖ୍ୟ ପୂଜକ କୃଷ୍ଣ ଚନ୍ଦ୍ର ପଣ୍ଡା ଓ ସହାୟକ ସେବକ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।  ଠାକୁରଙ୍କ ସୁନାବେଶ ଓ ସନ୍ଧ୍ୟା ଆଳତି ଦର୍ଶନ ପାଇଁ ଭକ୍ତ ମାନଙ୍କ ପ୍ରବଳ ସମାଗମ ହୋଇଥିଲା । ପାର୍ଶ୍ବ ଦେବ ଦେବୀଙ୍କ  ଆଳତି ସମ୍ପର୍ଣ୍ଣ ପରେ ବିଜେ ପ୍ରତିମା ଶ୍ରୀ ମଦନମୋହନ ବାଦ୍ୟବାଜଣା ଓ ହରିବୋଲ, ହୁଳହୁଳି ଧ୍ୱନି ମଧ୍ୟରେ ୩ ଥର ରଥ ପରିକ୍ରମା କରଥିିଲେ । ସେବାଧିପତି ସେବକ ଲିଙ୍ଗରାଜ ସାହୁ  ମହାଦୀପ ଧାରଣ କରିଥିଲେ । ପରେ ମନ୍ଦିର ଚୂଡ଼ାରେ ମହାଦୀପ ସ୍ଥାପନ କରାଯାଇଥିଲା । ରଥଯାତ୍ରା କମିଟି ପକ୍ଷରୁ ରବିବାର ସନ୍ଧ୍ୟାରେ ନୟାଗଡ ଜିଲ୍ଲା ଚିତ୍ରଡା ଅଞ୍ଚଳର ଯାତ୍ରା ବାହୁବଳୀ ଶନି ଶିବାନୀ କଳି  ପୌରାଣିକ ନାଟକ ମଞ୍ଚସ୍ଥ ହୋଇଥିଲା । ଅନୁରୂପ ଭାବେ ସ୍ଥାନୀୟ ପୌରାଞ୍ଚଳ ରାଜବାଟି ଓ ପାଟଣା ସାହି ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମେତ ବୁରୁପୋଡା, କଞ୍ଚୁରୁ, ଦୁର୍ବନ୍ଧ, ସାରୁ, ସମରଝୋଳ, ପିତଳ, ଶେରଗଡ, ଅଲାରିଗଡ ପ୍ରଭୃତି ଅଞ୍ଚଳର ଶ୍ରୀଗୀୁ ମାନଙ୍କୁ ଆକର୍ଷଣୀୟ ସୁନାବେଶରେ ସୁସଜ୍ଜିତ କରାଯାଇଥିଲା । ସୋମବାର ଅଧପଣା ଓ ମଙ୍ଗଳବାର ନିଳାଦ୍ରୀବିଜେ  ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଭକ୍ତଙ୍କ ଅସମ୍ଭବ ଭିଡ଼ ପରିଚାଳନା ପାଇଁ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ