କାଗଜ ବ୍ୟାଗ୍ ଦିବସରେ ସଚେତନତା ଶୋଭାଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କାଗଜ ବ୍ୟାଗ୍ ଦିବସ । ପ୍ରତିବର୍ଷ ଜୁଲାଇ ୧୨ ତାରିଖରେ ସାରା ବିଶ୍ୱରେ ପାଳନ କରାଯାଉଛି କାଗଜ ବ୍ୟାଗ୍ ଦିବସ । ଏହି ଉଦ୍ଦେଶ୍ୟ ନେଇ ଆଜି ‘ପ୍ଲାଷ୍ଟିକ୍ ବ୍ୟାଗକୁ ନା ବ୍ୟବହାର କରିବା କାଗଜ ବ୍ୟାଗ୍‌’ ଏକ ସଚେତନତା ଶୋଭାଯାତ୍ରା ଓ ସଭା ରାଜଧାନୀର ୟୁନିଟ୍ ୨ମାର୍କେଟ, ଭୀମଟାଙ୍ଗି ଓ ବଡ଼ଗଡରେ କରାଯାଇଥିଲା । ସାହାଯ୍ୟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଡ. ଲିଙ୍ଗରାଜ ସାହୁ । ବିଭିନ୍ନ ବ୍ୟବସାୟୀ ଓ ଗ୍ରାହାକଙ୍କୁ ସଚେତନା କରାଇ ଡ ସାହୁ କହିଥିଲେ ଯେ, ସଂପ୍ରତି ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଯାଇଛି । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଜୀବନ ଶୈଳୀରେ ମାତ୍ରାଧିକ ପ୍ଲାଷ୍ଟିକ୍‌, ପଲିଥିନ୍‌ର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି । ହେଲେ ଏହାର ବର୍ଜ୍ୟବସ୍ତୁ ମାଟିରେ କ୍ଷୟ ହୋଇନଥାଏ । ଯଦ୍ୱାରା ଦିନକୁ ଦିନ ପରିବେଶ ଓ ପରିବେଶ ଉପରେ ଗୁରୁତର ବିପଦ ଘନେଇବାରେ ଲାଗିଛି । ଉଭୟ ଜଳ ଓ ସ୍ଥଳଚର ଜୀବ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଅକାଳରେ ସେମାନଙ୍କର ମୃତ୍ୟୁ ଘଟୁଛି । ଯାହା ଜୀବଜଗତ ପାଇଁ ଏକ ଭୟଙ୍କର ବିପଦ ରୂପେ ଉଭା ହୋଇଛି । ତେବେ ଏହାକୁ ରୋକିବା ପାଇଁ ଜନସଚେତନତା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିରେ ଯୋଗଦେଇ ଅନ୍ୟତମ ଅତିଥି ଭାବେ ସରୋଜ କୁମାର ସାହୁ କହିଥିଲେ ଯେ, କାଗଜ ବ୍ୟାଗ୍ ମାଟିରେ ଅଥବା ପ୍ରାକୃତିକ ଉପାୟରେ ନଷ୍ଟ ହୋଇଯାଇଥାଏ । କାଗଜ ବ୍ୟାଗ୍ ପରିବଶେ ପାଇଁ ବହୁତ ଉପକାରୀ କିନ୍ତୁ କାଗଜକୁ ନଷ୍ଟ କରିବା ଉଚିତ୍ ନୁହେଁ, ଭବିଷ୍ୟତର ପିଢୀ ଏବଂ ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ଏହି ଦିବସ ପାଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସାହୁ ଇ କହିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ମଧୁସୂଦନ ସାହୁ, ବିରୂ ସାହୁ, ଅନୁପମା ସାହୁ, ରୋହିତ ପ୍ରଧାନ, ସୁରେନ୍ଦ୍ର ପଣ୍ଡା, ଟୁକୁନା ଲେଙ୍କା, ଦେବେନ୍ଦ୍ର ବାରିକ୍ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ