କାଉଡ଼ିଆ ଭକ୍ତଙ୍କ ମାସିକିଆ ସଂକଳ୍ପ ବ୍ରତ ଧାରଣ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ସିନେମାହଲ ଛକ ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ବୋଲବମ୍ ସଙ୍ଘର ବହୁ କାଉଡ଼ିଆ ଧାର୍ମିକ ମାସ ଧାରା ଶ୍ରାବଣରେ ମହାଦେବଙ୍କ ଠାରେ ଜଳଲାଗି କରିବା ପାଇଁ ମାସିକିଆ ସଂକଳ୍ପ ବ୍ରତ ଧାରଣ କରିଛନ୍ତି । ଆଷାଢ ପୁର୍ଣ୍ଣିମା ଅବସରରେ ବୁଧବାର ସ୍ଥାନୀୟ ପୌରାଞ୍ଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ପରିସରରେ ପୂଜକ ସୁଦର୍ଶନ ଖାଡଙ୍ଗାଙ୍କ ପୌରହିତ୍ୟରେ ପୂଜାହେମାଦି ଅନୁଷ୍ଠିତ ହୋଇଥିଲା । କର୍ତ୍ତା ରୂପେ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । କାଉଡ଼ିଆ ମାନେ ମାସ ତମାମ ଦିନରେ ଥରେ ସାତ୍ୱିକ ଅରୁଆ ଅନ୍ନ ଭୋଜନ କରି ସମସ୍ତ ନିୟମ ପାଳନ କରିବା ପାଇଁ ମାସିକିଆ ସଂକଳ୍ପ ବ୍ରତ ଧାରଣ କରିଥିଲେ । ହିଞ୍ଜିିଳିକାଟୁ ପୌରାଞ୍ଚଳ ସିନେମାହଲ ଛକ ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ବୋଲବମ୍ ସଙ୍ଘର ପ୍ରଥମ ପାଳି ସୋମବାରରେ ତୁମ୍ବେଶ୍ୱର ନଦୀରୁ ପବିତ୍ର ଜଳ ଧାରଣ କରି ପୋଲସରା ସ୍ଥିତ ଲଙ୍ଗଳେଶ୍ୱରଙ୍କ ପୀଠରେ ଜଳଲାଗି କରିବେ । ୨ୟ ପାଳି ସୋମବାରରେ ଆସିକା ପୁଡଗେଶ୍ୱର ଠାରୁ ଋଷିକୁଲ୍ୟା ପବିତ୍ର ନଦୀ ଜଳ ନେଇ ହିଞ୍ଜିଳିକାଟୁ ଚନ୍ଦ୍ରକଳ୍ପେଶ୍ୱର, ୩ୟ ପାଳି ସୋମବାରରେ ବୌଦ୍ଧ ନଦୀରୁ ଜଳ ଧାରଣ କରି ସୁବର୍ଣ୍ଣପୁର ସୁବର୍ଣ୍ଣମେରୁ ଓ ଶେଷ ପାଳି ସୋମବାରରେ କାଞ୍ଜିଆମା ଋଷିକୂଲ୍ୟା ନଦୀରୁ ପବିତ୍ର ଜଳ ଧାରଣ କରି ଠୁରୁବୁରାଇ ହଳଦିଆପଦର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମହାଦେବଙ୍କ ଠାରେ ଜଳଲାଗି କରିବା ଲାଗି ସ୍ଥିର କରାଯାଇଛି । ଉକ୍ତ ସଂକଳ୍ପ ବ୍ରତରେ ବହୁ କାଉଡ଼ିଆ ଅଂଶ ଗ୍ରହଣ କରି ମାନସିକ ବ୍ରତ ଧାରଣ କରିଥିଲେ । ବୋଲବମ ସଙ୍ଘର ସଭାପତି ସିମାଞ୍ଚଳ ମୁଦୁଲି, ଉପସଭାପତି ଗୋପାଳ କୃଷ୍ଣ ସାହୁ , କୋଷାଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଶେଷଦେବ ସାହୁ, ସୂର୍ଯ୍ୟ ନାରାୟଣ ପ୍ରଧାନ, ମନୋରଞ୍ଜନ ପାଠି, ଜଗନ୍ନାଥ ଚୌଧୁରୀ, ସିମାଞ୍ଚଳ ଚୌଧୁରୀ, ତ୍ରିନାଥ ଭୂୟାଁ, ଶଙ୍କର ବାସୁଦେବ ବେହେରା, ଦ୍ୱିତୀକୃଷ୍ଣ ସାହୁ, ସମିର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ