ସୂତାକଳ ପୁନଃରୁଦ୍ଧାର ପାଇଁ ପ୍ରତିବାଦ ସଭା କଲା କଂଗ୍ରେସ
ଜଗତସିଂହପୁର, (ଅଭିଷେକ ତ୍ରିପାଠୀ) :- ଶୁକ୍ରବାର ଦିନ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ତରଫରୁ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ନେତୃତ୍ବ ରେ ତିର୍ତ୍ତୋଲ ରେ ସାରଳା ସୂତାକଳ କୁ ତୁରନ୍ତ ଋଣ ମୁକ୍ତ କରିବା ଓ ପୁନଃରୁଦ୍ଧାର କରିବା ଦାବିରେ ତିର୍ତ୍ତୋଲ ଲକ୍ ଛକ ଠାରୁ ସାରଳା ସମବାୟ ସୂତାକଳ ପର୍ଯ୍ୟନ୍ତ ଏକ ଅଭିନବ ପଦଯାତ୍ରା ହୋଇଥିଲା । ସୂତାକଳ ସମ୍ମୁଖରେ କଂଗ୍ରେସ ତରଫରୁ ଏକ ପ୍ରତିବାଦ ସଭା ର ଆୟୋଜନ କରାଯାଇ କୁହା ଯାଇଥିଲା ଯେ ଯଦି ପୂର୍ବରୁ କରାଯାଇଥିବା ୫ ଦଫା ଦାବି କୁ ସରକାର ପୂରଣ ନ କରିନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ । ଆସନ୍ତା ୩୦ ତାରିଖରୁ ତିର୍ତ୍ତୋଲ ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରି ସରକାରଙ୍କୁ ହଜାର ହଜାର ତିର୍ତ୍ତୋଲ ଜନସାଧାରଣ ଙ୍କ ଦସ୍ତଖତ ସମ୍ବଳିତ ଦାବି ପତ୍ର ଦିଆଯିବ ବୋଲି କଂଗ୍ରେସ ନେତା ଇଂ ମଲ୍ଲିକ ଘୋଷଣା କରିଥିଲେ । ସୂତାକଳ ଦୀର୍ଘଦିନ ହେବ ବନ୍ଦ ରହିଥିବାରୁ ଓ ଏବେ ନିଲାମ ହେବାକୁ ବସିଥିବାରୁ ଏହି ପଦଯାତ୍ରା ରେ କଂଗ୍ରେସ ନେତା ମାନେ ପ୍ରତୀକାତ୍ମକ ଭାବେ କୋକେଇ କାନ୍ଧେଇ ଆଣିଥିଲେ ଓ ସେଥିରେ ” ଅପାରଗ ସରକାର ଯୋଗୁ ଆଜି ସୂତାକଳ ଆଜି ମ୍ରୁତ୍ୟୁ ଅବସ୍ଥା ରେ ଲେଖା ଯାଇଥିଲା ” ରାମନାମ ସତ୍ୟ ହେ ଓ ଖଇ କଉଡି ପକାଇ କୋକେଇ ବୋହିଥିଲେ ଓ ଏକ ଖଟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ସାଂସଦ ରାଜଶ୍ରୀ ମଲ୍ଲିକ ଙ୍କ କୁଶପୁତ୍ତଳିକା କୁ ଶୁଆଇ ” ସୂତାକଳ କଳ ଆଜି ନିଲାମ ଅବସ୍ଥା ରେ ମୋ ସରକାର ଗଭୀର ନିଦ୍ରା ରେ ଲେଖା ରଖି ” ଖଟ କୁ ସୂତାକଳ ଯାଏଁ ବୋହି ବୋହି ଆଣିଥିଲେ । ସୂତାକଳ ସମ୍ମୁଖ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସରକାରୀ ଦଳ ର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ସାଂସଦ ରାଜଶ୍ରୀ ମଲ୍ଲିକ ଓ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ର କୁଶପୁତ୍ତଳିକା କୁ ଦାହ କରିଥିଲେ । ପରେ ସୂତାକଳ ସମ୍ମୁଖ ରେ ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ ଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା କରାଯାଇଥିଲା । ସୂତାକଳ କୁ ଋଣ ମୁକ୍ତ କରି ପୁନଃରୁଦ୍ଧାର କରିବା ନଚେତ୍ ସେଠାରେ ଅନ୍ୟ କିଛି ଶିଳ୍ପ ପ୍ରତିଷ୍ଠା ଦାବିରେ ସରକାର ଙ୍କ ବିରୁଦ୍ଧ ରେ କଂଗ୍ରେସ ନେତା ମାନେ ବିଷୋଦଗାର କରିଥିଲେ । ସରକାରୀ ଦଳର ମୁଖ୍ୟ ସଚେତକ ଉପ – ନିର୍ବାଚନ ସମୟରେ ସେଠାରେ ଅନ୍ୟ କିଛି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆଜି ସେ ତାଙ୍କ ଚିନ୍ତା ଓ ଚେତନା ବାହାରେ ଅଛନ୍ତି ବୋଲି କହିଥିଲେ । ସାଂସଦ ଙ୍କ ଲକ୍ଷ୍ୟ ଅନ୍ୟ କେଉଁଠାରେ ଓ ବିଧାୟକ ଭିନ୍ନ ଏକ ରାଇଜରେ ବୋଲି କହିଥିଲେ । ଯଦି ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସୂତାକଳ କୁ ଋଣ ମୁକ୍ତ ନକରନ୍ତି ତେବେ ଆଗକୁ ଆନ୍ଦୋଳନ କୁ ତୀବ୍ର ତର କରାଯିବ । ଶେଷରେ ପ୍ରଶାନ୍ତ କୁମାର ଲେଙ୍କା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ କଂଗ୍ରେସ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।କଂଗ୍ରେସ ଯୁବ ସଙ୍ଗଠକ ତଥା ଗୋବିନ୍ଦପୁର ପଞ୍ଚାୟତ ସମିତିସଭ୍ୟ ଦେବ ପ୍ରସାଦ ନାୟକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ଜିଲ୍ଲା କଂଗ୍ରେସ ଉପ – ସଭାପତି ସର୍ବେଶ୍ୱର ପଣ୍ଡା, ତିର୍ତ୍ତୋଲ ବ୍ଲକ କଂଗ୍ରେସ ଉପ ସଭାପତି ଧନଞ୍ଜୟ ସୂତାର, ବିରିଡି ବ୍ଲକ କଂଗ୍ରେସ ସଭାପତି ପ୍ରିୟବ୍ରତ ମିଶ୍ର ,ଜିଲ୍ଲା କଂଗ୍ରେସ ସମ୍ପାଦକ ମନୋରଞ୍ଜନ ଜେନା, ମହମ୍ମଦ ଅବଦୁଲ ଓ୍ବାହିଦ,ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପ୍ରୁଷ୍ଚି, ରଘୁନାଥପୁର ବ୍ଲକ କଂଗ୍ରେସ ଉପ ସଭାପତି ଆର୍ତ୍ତତ୍ରାଣ ପଣ୍ଡା, ତିର୍ତ୍ତୋଲ ବ୍ଲକ କଂଗ୍ରେସ ଉପ – ସଭାପତି ଅଶ୍ବିନୀ ସ୍ବାଇଁ, ଲକ୍ଷ୍ମୀଧର ଦାଶ, ଗରାମ ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚୟନୀ, ମୂଳିସିଂହ ସରପଞ୍ଚ ସଫି ଆଜମ୍, ସମିତିସଭ୍ୟ ରଞ୍ଜନ ସାହୁ, କୋଲର ସମିତିସଭ୍ୟ ଅରୁଣ ମଲ୍ଲିକ, ତୁଳଙ୍ଗ ସମିତିସଭ୍ୟ ଦେବୀ ପ୍ରସାଦ ପାଳ, ବୋଧେଇ ସମିତିସଭ୍ୟ ଶିବ ପ୍ରସାଦ ସାହୁ, ତିର୍ତ୍ତୋଲ ପଞ୍ଚାୟତ ସଭାପତି ଲାଲଟ କେଶରୀ ମହାପାତ୍ର, ଅଶୋକ କୁମାର ଜେନା, ବିକ୍ରମ କେଶରୀ ଦାସ, ଜ୍ୟୋତି ରଞ୍ଜନ ମଲ୍ଲିକ, ଚିତ୍ତରଞ୍ଜନ ଦାସ, ନିରଞ୍ଜନ ବିଶ୍ବାଳ, ତର୍ପଣ ଶତପଥି, ଶରତ ଚନ୍ଦ୍ର ଦାସ, ତୁଳଙ୍ଗ ସମିତିସଭ୍ୟ ଦେବୀ ପ୍ରସାଦ ପାଳ, ଦିଲ୍ଲିପ ବିଶ୍ବାଳ, ପ୍ରଦିପ୍ତ ସାହୁ, ସୁଦର୍ଶନ ମଲ୍ଲିକ, ମଳୟ ବାରିକ, ସୁନୀଲ ରାଣା, ବଷ୍ଣିଧର ପାତ୍ର, ଅଜୟ ସାହୁ, , ମହମ୍ମଦ ଇସମାଇଲି, ଗଣେଷ ସ୍ବାଇଁ, ରାକେଶ ସ୍ବାଇଁ , ସାଇ ପ୍ରଭଞ୍ଜନ ମହାପାତ୍ର, ସୌଭାଗ୍ୟ ମହାନ୍ତି, ରଜନୀକାନ୍ତ ବାରିକ, ଜ୍ଞାନ ରଞ୍ଜନ କର, ଭାଗବତ ପ୍ରସାଦ, ରବିନ୍ଦ୍ର ମଲ୍ଲିକ, କ୍ଷିରୋଦ ସାମଲ, ଅରବିନ୍ଦ ନାୟକ, ଶୁଭାସିଷ ସ୍ବାଇଁ, ରବୀନ୍ଦ୍ର ନାଥ ବିଶ୍ବାଳ, ବସନ୍ତ ପାତ୍ର, ମାନସ ସ୍ବାଇଁ, , ମାନସ ବେହେରା, ଜିତେନ୍ଦ୍ର ମହାନ୍ତି, ସନ୍ତୋଷ ମଲ୍ଲିକ, ନିରଞ୍ଜନ ମହାନ୍ତି, ଅଜୟ ତାରେଣିଆ, ବିଜୟ ବାରିକ,, ତ୍ରିଲୋଚନ ସାହୁ, ଜୁବୁ, ଅଜୟ ମଲ୍ଲିକ, କୋଲର ସରପଞ୍ଚ, ଦିପ୍ତି ରଞ୍ଜନ ନାୟକ, ବଜ୍ର କିଶୋର ମଲ୍ଲିକ, ଅଜୟ ରାଉଳ,ପ୍ରଗତି ରଞ୍ଜନ ପରିଜା, ନରେନ୍ଦ୍ର ସାହୁ, ଧ୍ରୁବ ଚରଣ ପରିଡା, ପ୍ରଶାନ୍ତ କୁମାର ଲେଙ୍କା, ଆଶିଷ ରାଉତ, ଜୟନ୍ତ ପରିଜା ,ପ୍ରତ୍ୟୁଷ ପରିଜା , ସୁରେଶ ଚନ୍ଦ୍ର ଦାସ, ସୂର୍ୟ୍ୟକାନ୍ତ ଦାସ, ଶ୍ରୀପତି ଲେଙ୍କା, ସୁନୀଲ ରାଣା, ହାପି ଲେଙ୍କା, ଗୌରହରି ସାମଲ, ସତ୍ୟଜିତ ଦାସ, ଶ୍ରୀମନ୍ତ ନାୟକ, ପ୍ରତ୍ୟୁଷ ବାରିକ, ଦେବନ୍ଦ୍ର ମଲ୍ଲିକ, ଅଜୟ ମଲ୍ଲିକ କାଳନ୍ଦୀ ମଲ୍ଲିକ, ବିଦ୍ୟାଧର ମଲ୍ଲିକ , ଅନନ୍ତ ବାରିକ , ଜୁବୁ ମହାନ୍ତି , ବାପୁ ମହାନ୍ତି , ପପୁ ସେଠୀ, ଟୁଟନ ମହାନ୍ତି, ଜୟଦେବ ସ୍ବାଇଁ, ସ୍ମୁତି ରଞ୍ଜନ ବାରିକ, ପ୍ରଭାକର ଜେନା, ସୁନୀଲ କୁମାର ଜେନା, ଯୋଗେନ୍ଦ୍ର ବାରିକ, ତ୍ରିଲୋଚନ ରାଉତ, ନାରୟଣ ନାୟକ,ରମାକାନ୍ତ ଦାସ, ସମରେନ୍ଦ୍ର ମହାପାତ୍ର , ପ୍ରତ୍ୟୁଷ କୁମାର, ମୁକ୍ତାର ଅଲ୍ଲୀ, ଜିତୁ ମହାନ୍ତି, ବସନ୍ତ ଦାଶ, ଦିଲ୍ଲୀପ ବାରିକ ଓ ବହୁ ସୂତାକଳ ର ପୂର୍ବତନ କର୍ମଚାରୀ ମାନେ ଯୋଗଦାନ କରିଥିଲେ ।


