ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବିକାଶପ୍ରଶିକ୍ଷଣ କର୍ମଶାଳା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ପୁସ୍ତକ ଭିତ୍ତିକ ଶିକ୍ଷା ସହ ଦକ୍ଷତା ବିକାଶର ଆବଶ୍ୟକତାକୁ ଉପଲବ୍ଧି କରି ଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟ ଆନୁକୁଲ୍ୟରେ ଏକ ତ୍ରିଦିବସୀୟଦକ୍ଷତା ବିକାଶପ୍ରଶିକ୍ଷଣ କର୍ମଶାଳାଡି.ଏ.ଭି କଳିଙ୍ଗନଗରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ଜୋନ୍ର ୧୫ଟି ବିଦ୍ୟାଳୟରୁ ନବମ ଓ ଦଶମ ଶ୍ରେଣୀରେ ବିଜ୍ଞାନ ଶିକ୍ଷାଦାନ କରୁଥିବା ୪୭ଜଣଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାକୁ ଡିଏଭିନିମାପଡାର ଅଧ୍ୟକ୍ଷ ଏମ୍.ଏମ୍ ହକ୍ ଏବଂ ଡି.ଏ.ଭି ଯାଯପୁର ଟାଉନ୍ର ଅଧ୍ୟକ୍ଷ ଦେବବ୍ରତ ପ୍ରଧାନ ସଂଯୋଜନା ଓ ମୂଲ୍ୟାୟନକରିଥିଲେ ।ବିଭିଏନ୍ – ଆଇଏପିଟି, ଆଭେନ୍ସିକାର ପ୍ରତିଷ୍ଠାତା ତଥା ସଂଯୋଜକ ଡାକ୍ତର ପ୍ରଜ୍ଞା ନୋପାନି ଶ୍ରେଣୀ ଗୃହରେ ବିଜ୍ଞାନ ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ କରିବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ଶିକ୍ଷା ଅଧିକାରୀଶ୍ରୀଯୁକ୍ତ ହିମାଂଶୁ ଶେଖର ଶତପଥୀ ‘ଡାର୍କ ଟୁ ଡାଇନାମୋ’ ଉପରେ ବିଶଦ ଆଲୋଚନା କରିଥିଲେ ।ଏତଦ୍ଭିନ୍ନ ପ୍ରଶିକ୍ଷାର୍ଥୀମାନେ ବିଦ୍ୟୁତ୍ ପରିପଥ, ମେଣ୍ଡେଲିଆନ୍ ତତ୍ତ୍ୱ, ସହସଂଯୋଜକ ବନ୍ଧ, ପାସକାଲ୍ଙ୍କ ଠାରୁ ଆର୍କିମେଡିସ୍ଙ୍କ ପର୍ଯ୍ୟନ୍ତ ଯାତ୍ରା ଆଦି ବିଷୟ ବିଭିନ୍ନ କ୍ରିୟାକଳାପ ମାଧ୍ୟମରେ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ବିଭାଗ ଦ୍ୱାରା କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା


