ହିଞ୍ଜିଳି ଥାନା ଅଂଚଳରେ ନାବାଳିକାଙ୍କୁ କୁକର୍ମ ଘଟଣା : ନାବାଳିକାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜେପି ମହିଳା ମୋର୍ଚ୍ଚା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗତ ଶନିବାର ଅପରାହ୍ନରେ ହିଞ୍ଜିଳି ଥାନା ଅଂଚଳର ଜଣେ ୧୦ ବର୍ଷର ନାବାଳିକାଙ୍କୁ ସେହି ଗ୍ରାମର ଜଣେ ୬୫ ବର୍ଷିୟା ବୃଦ୍ଧ କୁକର୍ମ କରିବା ଘଟଣାରେ ଗୁରୁବାର ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍ ହିଞ୍ଜିଳି ଗ୍ରସ୍ତ କରି ନାବାଳିକାଙ୍କୁ ନ୍ୟାୟ ପ୍ରଦାନ କରିବା ନେଇ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଦାବି ଜଣାଇଥିଲେ । ଗୁରୁବାର ଅପରାହ୍ନରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ ପିଙ୍କି ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ପିଡ଼ିତାଙ୍କ ଗ୍ରାମରେ ପଂହଚି ସଂପୃକ୍ତ ପଂଚାୟତର ସରପଂଚ ଓ ଗ୍ରାମବାସୀଙ୍କ ସହ ଘଟଣା ନେଇ ଆଲୋଚନା କରିବା ପରେ ଦୁଃଖ ପ୍ରକାଶ କରିଥିଲେ । ପରେ ହିଞ୍ଜିଳି ଥାନାରେ ପଂହଚି ପିଡ଼ିତା ନାବାଳିକାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ସହ ଅଭିଯୁକ୍ତଙ୍କୁ କଠିନ ଦଣ୍ଡ ପ୍ରଦାନ କରିବା ପାଇଁ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କୁ ଦାବି ଜଣାଇଥିଲେ । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀଙ୍କ ସହ ସାଧାରଣ ସମ୍ପାଦିକା ରଶ୍ମିତା ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଭାସିନି ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦିକା ବବିତା ପାତ୍ର, ସଂଯୋଜିକା ମାନିନି ଦେବି, ବନ୍ଦିତା ସାହୁ, ରଞ୍ଜନା ମିଶ୍ର, ନମିତା ପଣ୍ଡା , ନଗର ବିଜେପି ସଭାପତି ମାଧବ ଗୌଡ଼, ସିକିରି ମଣ୍ଡଳ ସଭାନେତ୍ରୀ ରଶ୍ମିତା ବେହେରାଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।


