ଅବସରପ୍ରାପ୍ତ ଶିକ୍ଷାବିତ ମୁରଲୀଧର ବାରିକଙ୍କ ପରଲୋକ
ହାଟଡିହି, (ବିକାଶ ବିଶ୍ୱାଳ) :ଜଣେ ସଫଳ ଶିକ୍ଷକ, ସଫଳ ଚାଷୀ, ରକ୍ଷଣଶୀଳ ସ୍ୱଭାବର ମଣିଷ ମୁରଲୀଧର ବାରିକଙ୍କ ଶଙ୍କୋ ସ୍ଥିତ ନିଜ ବାସଭବନରେ ୮୧ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ବାରିକ ଶଙ୍ଖୋ, କରଗୋଳା, ବଡରମ୍ପାସ, ସମଣା ଆଦି ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ କରି ଅନେକ ଶିକ୍ଷକ, ପ୍ରଶାସକ, ଯନ୍ତ୍ରୀ, ରାଜନେତା ଗଢ଼ିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ତାଙ୍କ ପରଲୋକ ଖବର ଶୁଣି ଅନେକ ଆତ୍ମୀୟ ସ୍ୱଜନ, ବହୁ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ତାଙ୍କ ବାସଭବନରେ ପହଞ୍ଚି ୋଷ ଦର୍ଶନ କରିବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରାଇବାପରେ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଶେଷ କୃତ୍ତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କ ପୁଅ ମଦନ ମୋହନ ବାରିକ ମୁଖାଗ୍ନି ଦେଇଥିଲେ ।


