ଦୈତାରୀ ଜେନା, ରଙ୍ଗବତୀ ଜେନା ସ୍ମୃତି ପୁରସ୍କାର ପ୍ରଦାନ

ହାଟଡିହି(ଓ୍ବାଇଏନଏସ):  ହାଟଡିହି ହାଇସ୍କୁଲ ପରିସରରେ ଦୈତାରୀ ଜେନା ଓ ରଙ୍ଗବତୀ ଜେନା ସ୍ମୃତି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ଘଡେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସ୍କୁଲର ପୁରାତନ ଛାତ୍ର ତଥା କୃଷି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଗଣେଶ୍ୱର ଜେନା ମୁଖ୍ୟ ଅତିଥି, ପୂର୍ବତନ ବିଧାୟକ ମାୟାଧର ଜେନା, ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟ ଓ ବିଡିଓ ରଞ୍ଜନ କୁମାର ପରିଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ପୁରାତନ ଛାତ୍ର ଗଣେଶ୍ୱର ଜେନା ତାଙ୍କ ପିତା ଦୈତାରୀ ଜେନା ଓ ମାତା ରଙ୍ଗବତୀ ଜେନାଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରିଆସୁଛନ୍ତି। ବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠତା ଅର୍ଜନ କରୁଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଏହି ପୁରସ୍କାରର ମୁଖ୍ୟ ଉଦ୍ଦେଶ୍ୟ। ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରଙ୍କୁ ଦୈତାରୀ ଜେନା ସ୍ମୃତି ପୁରସ୍କାର ଏବଂ ଗଣିତ ବିଭାଗରେ ଶ୍ରେଷ୍ଠତା ଅର୍ଜନ କରୁଥିବା ଛାତ୍ରଛାତ୍ରୀଙ୍କୁ ରଙ୍ଗବତୀ ଜେନା ସ୍ମୃତି ପୁରସ୍କାର ପ୍ରଦାନ କରାଯାଉଛି। ଏହି ଅବସରରେ ୨୦୨୩ବର୍ଷ ପାଇଁ ସ୍ମୃତିସ୍ମିତା ଜେନା, ୨୦୨୪ ବର୍ଷ ପାଇଁ ରୋଜାଲିନି ସାହୁ, ୨୦୨୫ ବର୍ଷ ପାଇଁ ଜୟସ୍ମିତା ଚକ୍ର ଏବଂ ୨୦୨୬ ବର୍ଷ ପାଇଁ ଦେବଦତ୍ତ ସାହୁଙ୍କୁ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା। ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ଏଭଳି ପୁରସ୍କାର ପ୍ରଦାନ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରି ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ