ବିବାହକୁ ରୋକିଲା ପ୍ରଶାସନ :  ବେଦୀରୁ ଉଠିଲେ ବରକନ୍ୟା

ହାଟଡିହି, (ବିକାଶ ବିଶ୍ୱାଳ) :-ବନ୍ଧୁ ବାନ୍ଧବଙ୍କ କୋଳହଳରେ ପୁରିଉଠିଥିଲା ଘର । ବେଦୀରେ ଚାଲିଥିଲା ବାହାଘର । ଶଙ୍ଖ ହୁଳହୁଳି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁତôଲା ବିବାହ ବେଦୀ । ହଠାତ ପହଞ୍ଚିଗଲା ପୁଲିସ ଓ ପ୍ରଶାସନ । ବନ୍ଦ ହେଲା ବିବାହ, ବେଦୀରୁ ଉଠିଲେ ବର କନ୍ୟା, ସିଧା ଗଲେ ଥାନାକୁ । ଏପରି ଗଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତର ଦଧିବାବନପୁର ଗାଁରେ । ସୁଚନାରୁ ଜଣାଯାଇଛି ଯେ ଆଜି ଦଧିବାବନପୁର ର୍ଗାର ଜଣେ ୨୦ବର୍ଷୀୟ ଯୁବକ ଆଇତିପୁର ପଞ୍ଚାୟତ ରତକଣା ଗ୍ରାମର ଜଣେ ୧୭ବର୍ଷୀୟ ନାଁ ବାଳିକାକୁ ଭଲପାଇ ବସିଥିଲା । ନାଁ ବାଳିକା ଜଣକ ତିନିମାସ ପୁର୍ବରୁ ଦଧିବାବନପୁର ଗାଁକୁ ପଳାଇ ଆସିଥିଲା । ଆଜି ଉଭୟ ପକ୍ଷଙ୍କ ସହମତିରେ ବଡ ଧୁମ ଧାମରେ ଦଧିବାବନପୁର ଗାଁରେ ବିବାହ ଚାଲିଥିଲା । ଘର ସମ୍ମୁଖରେ ନିର୍ମିତ ବେଦୀରେ ବରକନ୍ୟା ବସି ବିବାହ କରୁଥିଲେ । କୌଣସି ସୁତ୍ରରୁ ଖବର ପାଇ ହାଟଡିହି ବାଲ୍ୟ ବିବାହ ନିରୋଧ ଅଧିକାରୀଣୀ ସରସ୍ୱତୀ ସେଠୀ, ଆନନ୍ଦପୁର ଚାଇଲଡ ଲାଇନ ସଦସ୍ୟ ଆଡଭୋକେଟ ଭାଗିରଥି ଦାଶ, ହାଟଡିହି ବ୍ଲକ କ୍ଲଷ୍ଟରର ଫେସିଲେଟର ଆଦିତ୍ୟ ପଟ୍ଟନାୟକ, ଅମ୍ଳାନ କୁମାର ଜେନା, ଜିପିସିଏମ ଖଗେଶ୍ୱର ମହାଳିକ ଓ  ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିବାହକୁ ବନ୍ଦ କରିଥିଲେ । ପରେ ଉଭୟ ପକ୍ଷର ଅଭିଭାବକଙ୍କ ସହିତ ବହୁ ସମୟ ଆଲୋଚନା ପରେ ବିବାହ ବନ୍ଦ ରକିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ । ପରେ ସେମାନଙ୍କୁ ନନ୍ଦିପଦା ଥାନାକୁ ନିଆଯାଇ ସେଠାରେ ଏକ ଚୁକ୍ତିନାମା ଲେଖାଯିବା ପରେ ବର କନ୍ୟାଙ୍କୁ ଉଭୟଙ୍କ ଅଭିଭାବକଙ୍କୁ ଜିମା ଦିଆଯିବ ବୋଲି ବାଲ୍ୟ ବିବାହ ନିରୋଧ ଅଧିକାରିଣୀ ସରସ୍ୱତୀ ସେଠୀ ପ୍ରକାଶ କରିଛନ୍ତି । ପରେ ଉଭୟଙ୍କ ବିବାହ ଯୋଗ୍ୟ ବୟସ ହେବାପରେ ସେମାନେ ପରଷ୍ପରକୁ ବିବାହ କରିପାରିବେ ବୋଲି ସେ ସୁଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ