ପଂଚାୟତ ପ୍ରତିନିଧି ମାନଙ୍କୁ ନେଇ ଗଞ୍ଜାମ ଏସପିଙ୍କ ସଚେତନତା ବୈଠକ 

ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମରେ ବଢୁଥିବା ସାମାଜିକ ବାସନ୍ଦ ବ୍ୟାଧି, ଗୁଣି ଗାରେଡି ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଦୂର କରିବା ସହ ଅନ୍ୟାନ୍ୟ ସମସ୍ୟା ଉପରେ ଆଜି ଗଞ୍ଜାମ ପୋଲିସ୍ ପକ୍ଷରୁ ସ୍ଥାନୀୟ ଏସପିଙ୍କ ସମ୍ମିଳନୀ କକ୍ଷ ଠାରେ ଛତ୍ରପୁର ଥାନା ଅଧିନରେ ଥିବା ସମସ୍ତ ପଂଚାୟତ ପ୍ରତିନିଧି ମାନଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଅଧ୍ୟକ୍ଷତା କରି ଜିଲ୍ଲାର ସବୁ ଗାଁ ଗୁଡିକରେ ଅନ୍ଧବିଶ୍ୱାସ ପ୍ରଥା ଦୂର କରିବା ପାଇଁ ଆମ ପୋଲିସ୍ ସମିତି ପକ୍ଷରୁ ସଚେତନତା କରାଯାଉଥିବା ବେଳେ ସରପଂଚ, ସମିତି ସଭ୍ୟ ଏବଂ ଅନ୍ୟାନ୍ୟ ପଂଚାୟତ ପ୍ରତିନିଧି ମାନେ ଦାୟିତ୍ୱ ନେଇ ଅଧିକ ରୁ ଅଧିକ ଲୋକଙ୍କୁ ସଚେତନତା କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏଭଳି ଘଟଣା ଦେଖାଗଲେ ତୁରନ୍ତ ପୋଲିସ୍ ସହିତ ଯୋଗାଯୋଗ କରିବାକୁ ମଧ୍ୟ ଏସପି କହିଥିଲେ । ଗ୍ରାମ ଗୁଡିକରେ ଥାନା ପକ୍ଷରୁ ସଚେତନ ମୂଳକ କାର୍ଯ୍ୟ କରାଯାଉଛି କି ନାହିଁ ଏବଂ ଗ୍ରାମାଂଚଳ ଗୁଡିକରେ ଲୋକମାନଙ୍କୁ ପୋଲିସ୍ ସଠିକ୍ ସେବା ଦେଉଛି କି ନାହିଁ ସେ ସମ୍ପର୍କରେ ଏସପି ଉପସ୍ଥିତ ଥିବା ଜନ ପ୍ରତିନିଧି ମାନଙ୍କୁ ପଚାରି ବୁଝିଥିଲେ । ଲୋକ ମାନେ କିପରି ସୁରକ୍ଷିତ ରହିପାରିବେ ସେଥି ନିମନ୍ତେ ପୋଲିସ୍ ସଦା ବେଳେ କାର୍ଯ୍ୟ କରି ଆସୁଛି କେଉଁ କେଉଁ ଅଂଚଳରେ ଯଦି କିଛି ଅସୁବିଧାର ସମ୍ମୁଖିନ ହୁଏ ତେବେ ସଙ୍ଗେ ସଙ୍ଗେ ପୋଲିସ କୁ ଜଣାଇବା ସହ ମୋତେ ବି ନିଜେ ଜଣାଇପାରିବେ ବୋଲି ଜନ ପ୍ରତିନିଧି ମାନଙ୍କୁ ଏସପି କହିଥିଲେ । ଗାଁ ଗାଁରେ ଦୁଇଗୋଷ୍ଠୀ ମଧ୍ୟରେ ହିଂସାକୁ ରୋକିବାକୁ ହେଲେ ପ୍ରଥମେ ନିଜେ ଉଦ୍ୟମ କରି ସମାଧାନ କରାଇବେ ତେବେ ଉତ୍ତମ ନଚେତ ପୁଲିସର ସହଯୋଗ ନେବାକୁ ଏସ୍‌ପି କହିଥିଲେ । ଛତ୍ରପୁର ଥାନା ଅଧିନରେ ରହିଥିବା ମଦ ଦୋକାନ ସାମ୍ନାରେ ମଦ ପିଇବା ନିମନ୍ତେ ଭିଡ ଜମାଯାଉଛି ଯାହା ଫଳରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ଏଥିପ୍ରତି ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରି ଏହାର ତଦାରଖ କରିବା ସହ ଦୋକାନ ସମ୍ମୁଖରେ ଗହଳି ନ କରିବା ପାଇଁ ବହୁ ଜନ ପ୍ରତିନିଧି ମାନେ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୁନ୍ଦରପୁର ପଂଚାୟତ ବଡ ପଂଚାୟତ ହୋଇଥିବାରୁ ଏଠାରେ ବିଭିନ୍ନ ସମ୍ପର୍କରେ ବହୁବାର ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଜନ ପ୍ରତିନିଧି ମାନେ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପୋଲିସ୍ ପକ୍ଷରୁ ବିଭିନ୍ନ ଗ୍ରାମ ଗୁଡିକରେ ଜନ ପ୍ରତିନିଧି ମାନଙ୍କ ସହ ସମନ୍ୱୟ ରକ୍ଷା କରି ବିଭିନ୍ନ ସଚେତନତା ମୂଳକ ବୈଠକ ବ୍ୟାପକ ଭାବେ କରିବା ନିମନ୍ତେ ବହୁ ଜନ ପ୍ରତିନିଧି ମାନେ ଏସପିଙ୍କୁ ଅନୁରୋଧ କରିଥିଲେ । ଏହି ସଚେତନତା ବୈଠକରେ ଅତିରିକ୍ତ ଏସପି ପି. କେ. ଦଳାଇ, ଡିଏସପି ଅଜୟ କୁମାର ମିଶ୍ର, ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ସମେତ ବହୁ ପଂଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ