ଭାରତୀୟ ପୂର୍ବତନ ସୈନିକ ସଂଘ ବାଲେଶ୍ୱର ଶାଖାରେ ବିଜୟ ଦିବସ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା) : ଭାରତୀୟ ପୂର୍ବତନ ସୈନିକ ସଂଘ ବାଲେଶ୍ୱର ଶାଖାରେ ୨୩ତମ କାରଗିଲ୍ ବିଜୟ ଦିବସ ପାଳିତ ହୋଇଛି । ୧୯୯୯ ମସିହାରେ ଭାରତ-ପାକ୍ ମଧ୍ୟରେ ଯୁଦ୍ଧ କାରଗିଲ୍ ଜିଲ୍ଲାରେ ହୋଇଥିଲା । ଏହି ଯୁଦ୍ଧରେ ଭାରତର ସେନାବାହିନୀ ପାକିସ୍ଥାନ ସେନାକୁ ପରାସ୍ତ କରିଥିଲା ଏବଂ ପାକିସ୍ତାନ ଦ୍ୱାରା କାରଗିଲ ଅଧିକୃତ ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିଥିଲା । ଦୀର୍ଘ ୬୬ ଦିନର ଯୁଦ୍ଧରେ ୫୨୭ଜଣ ଭାରତୀୟ ସୈନ୍ୟ ନିଜ ପ୍ରାଣବଳୀ ଦେଇ ଯୁଦ୍ଧରେ ବିଜୟ ହାସଲ କରିଥିଲେ । ଯେଉଁ ବୀର ସୈନିକମାନେ ଦେଶପାଇଁ ପ୍ରାଣବଳୀ ଦେଇଥିଲେ ସେମାନଙ୍କର ଅମର ଆତ୍ମାର ସଦଗତି ପାଇଁ ଆମ୍ଭେମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାଉ । ଆଜି ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂଘର ସଭାପତି କର୍ଣ୍ଣେଲ୍ କ୍ଷେତ୍ରମୋହନ ମହାପାତ୍ର, ସଂପାଦକ ଆନନ୍ଦ ବରାଳ, ସହସଂପାଦକ ହେମନ୍ତ କୁମାର ଭୂୟାଁ, ଲିଗାଲ୍ ଏଡ଼ଭାଇଜର୍ ଜୟନ୍ତ କୁମାର ସାହୁ ଏବଂ ଅନ୍ୟାନ୍ୟ ସଭ୍ୟବୃନ୍ଦ ଯଥା ପ୍ରଦୀପ କୁମାର ବେହେରା, ଅଭୟଲାଲ୍ ପାତ୍ର, ରବୀନ୍ଦ୍ର କୁମାର ନାୟକ, ରବୀନ୍ଦ୍ର ମହାକୁଡ଼, ଅଶ୍ୱିନୀ କୁମାର ବର୍ଦ୍ଧନ, ଶ୍ରୀଧର ସାହୁ, ହରିହର ରାଉତ, ପ୍ରଫୁଲ୍ଲ କୁମାର ପଣ୍ଡା, ଅର୍ଜୁନ କୁମାର ଗିରି, ମହାବୀର ଦତ୍ତ ଆଦି ସହିଦ ବୀର ସୈନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂଘର ସଭାପତି, ସଂପାଦକ ଏବଂ ଅନ୍ୟ ସଭ୍ୟମାନେ କାରଗିଲ ଯୁଦ୍ଧରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିଥିବାର ଅଭିଜ୍ଞତା ପ୍ରକାଶ କରିଥିଲେ । ସମସ୍ତ ପୂର୍ବତନ ସୈନ୍ୟଙ୍କ ଦେଶ ପାଇଁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ ।