ବାଲେଶ୍ୱର ମୁଖ୍ୟ ଶାଖା ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା) : ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ୍ ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ଭାରତୀୟ ଷ୍ଟେଟବ୍ୟାଙ୍କ୍ ବାଲେଶ୍ୱର ମୁଖ୍ୟ ଶାଖା ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବାଲେଶ୍ୱର ଶାଖା ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଆମ୍ରି ହସ୍ପିଟାଲ୍‌ର ହୃଦରୋଗ ବିଶେଷଜ୍ଞ ଡାକ୍ତର ଯଯାତି କେଶରୀ ପାଢ଼ୀ, ଏମ୍‌.ଡି. ଉପସ୍ଥିତ ରହି ହୃଦରୋଗର କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବାଲେଶ୍ୱର ଶାଖାର ମୁଖ୍ୟ ପ୍ରବନ୍ଧକ ହେମନ୍ତ କୁମାର ବେହେରା, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ହରେକୃଷ୍ଣ ପାତ୍ର, ସମ୍ପାଦକ ଗଣେଶ ଚନ୍ଦ୍ର ଯେନା, ବର୍ତ୍ତମାନ ସଂଘର ଜୋନାଲ୍ ସଭାପତି ଅଶୋକ ଦାସ, ସମ୍ପାଦକ ରାଜେଶ କୁମାର ବେହେରା, ଷ୍ଟାଫ୍ ଏସୋସିଏସନ୍‌ର ଜୋନାଲ୍ ସେକ୍ରେଟାରୀ ପରମାନନ୍ଦ ଦେ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏଥିରେ ଅବସରପ୍ରାପ୍ତ ଓ ଏବେ କାର୍ଯ୍ୟରତ ୬୦ ଜଣରୁ ଊର୍ଦ୍ଧ୍ୱ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ । ଶେଷରେ ପରେଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ