ରୁଣୁଝୁଣୁ ଶବ୍ଦର ମୂର୍ଚ୍ଛନାରେ ଶବରୀ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କରୋନାର କରାଳ ତାଡ଼ନା ପରେ ରୁଣୁଝୁଣୁ ଶବ୍ଦ ଆଉ ସଙ୍ଗୀତରେ ଆଜି ଶବରୀ ଉତ୍ସବ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଧିବକ୍ତା ସୂର୍ଯ୍ୟନାରାୟଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତି ଓ ପୂର୍ବତନ ବିଚାରପତି ତଥା ସୋଆର ଲିଗାଲ ନିର୍ଦ୍ଦେଶକ ସଞ୍ଜୟ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ନୃତ୍ୟରେ ଗୁରୁ କସ୍ତୁରୀ ପଟ୍ଟନାୟକ, ସଙ୍ଗୀତରେ ଗୁରୁ ରାଜକିଶୋର ପାଣ୍ଡବ, ବାଦ୍ୟରେ ଗୁରୁ କେ. ରାମରାଓ ପାତ୍ର, ଲୋକକଳା ବିଭୂଷଣରେ ଗୁରୁ ଅଲେଖ ସାହୁ, ଶିକ୍ଷାରେ ପଣ୍ଡିତ ବିଶ୍ୱନାଥ ରଥ, ନ୍ୟାୟଧୀଶ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ, ନ୍ୟାୟଜ୍ୟୋତି ସୁଶ୍ରୀ ଇତିଶ୍ରୀ ମହାପାତ୍ର, ବୈଦ୍ୟରାଜ ଡ. ସଚିଦାନନ୍ଦ ପ୍ରଧାନ, କଳା ସମ୍ରାଟ ଚୌଧୁରୀ ଜୟ ପ୍ରକାଶ ଦାସ, ସାହିତ୍ୟରେ ଶ୍ରୀଯୁକ୍ତ ସତ୍ୟବାଦୀ ବଳିୟାଳସିଂ, ସାମ୍ବାଦିକତାରେ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଧଡ଼ା, ସେବାଶ୍ରୀରେ ଶ୍ରୀଯୁକ୍ତ ନାରାୟଣ ମହାପାତ୍ର, ଦିବ୍ୟାଙ୍ଗ କଳା ଗୁରୁ ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର, ଗୌରଚନ୍ଦ୍ର ପରିଡ଼ା ଜୀବନୟନ ସମ୍ମାନରେ ଶ୍ରୀଯୁକ୍ତ ଭଗବାନ ମହାନ୍ତି ପ୍ରମୁଖ ବୟୋଜ୍ୟୋଷ୍ଠ ବ୍ୟକ୍ତିମାନଙ୍କ ସହ ନୃତ୍ୟ ଶ୍ରେଷ୍ଠରେ ଗୁରୁ ଶ୍ରୀ ହିମାଂଶୁ ଶେଖର ନାୟକ ଓ ଆଗାମୀ ଆଶାରେ ପ୍ରତ୍ୟାଶା ବାରିକଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ । ଏଥିସହିତ ମାନବ ସେବାରେ ସନ୍ତୋଷ ଚୌଧୁରୀ, ନିର୍ମଳ କିଶୋର ରଥ, ଆତ୍ମାପ୍ରକାଶ ମହାନ୍ତି, ଶରତ କୁମାର ଭୂୟାଁ, ବିକାଶ ପରିଷଦ ଭୀମଟାଙ୍ଗୀ, ଯୁଧିଷ୍ଠିର ଦାସ, ରତନଲାଲ ପଟ୍ଟନାୟକ, ଜୟନ୍ତ କୁମାର ମିଶ୍ର, ଅମ୍ବିକା ରାୟ, ସନ୍ତୋଷ କୁମାର ଜେନା, ଡ. ଅରୁଣ କୁମାର ପାଣ୍ଡେ, କାର୍ତ୍ତିକେୟ ପାଣିଗ୍ରାହୀ, କୌଶିକ ଦାସ, ସୁଶିଲ କୁମାର ଛୁଆଳସିଂ, ଲିଙ୍ଗରାଜ ସାହୁ, ଦେବୀପ୍ରସାଦ ମିଶ୍ର, ଶିଶିରକାନ୍ତ ତ୍ରିପାଠୀ, ଫିରୋଜ ଖାନ, ଶିବନାରାୟଣ ରାୟ, ବିଶ୍ୱରଞ୍ଜନ ଦେ, ପ୍ରକାଶ ଚନ୍ଦ୍ର ଦାସ, ଦେବାଶିଷ ମହାପାତ୍ର, ମନୋଜ କୁମାର ତ୍ରିପାଠୀ, ଅଜୟ କୁମାର ଦଳେଇ, ମୁରଲୀଧର ମହାଭୋଇ, ଅଭିର୍‌ଜିତ ଦାସ ଓ ସପର୍ଯ୍ୟା ପରିଡ଼ା ପ୍ରମୁଖ ୨୭ଜଣ (ଅଧିବକ୍ତା, ବ୍ୟବସାୟୀ, ରାଜନେତା, ସମାଜସେବୀ, ଗୋପାଳ ଓ କୁନି ଛାତ୍ରୀ)ଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସମ୍ମାନିତ ଗୁରୁ, ସଂଘମିତ୍ରା ପରିଡ଼ା ଓ ସୁଲଗ୍ନା ମିତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ଓ ଉପସଭାପତି ଶ୍ରୀ ମାନସ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିବା ସହ ଅନୁଷ୍ଠାନର ସମ୍ପାଦିକା ଓ ଅଧିବକ୍ତା ସଂଘମିତ୍ରା ପରିଡ଼ା ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ