ଜିଲ୍ଲା ସ୍ତରୀୟ ୭୬ ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆଯୋଜିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ସମଗ୍ର ଭାରତ ବର୍ଷରେ ପାଳନ ହେଉଥିବା ପରିପ୍ରେକ୍ଷୀରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରବିବାର ଦିନ ଅନୁଷ୍ଠିତ କନିଷ୍ଠ ବର୍ଗ ବକ୍ତୃତା ପ୍ରତିଯୋଗିତାରେ ଲିପ୍ସା ରାଣୀ ଗୌଡ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ, ପ୍ରଯୁକ୍ତାରାଣୀ ମହାନ୍ତି, ସରକାରୀ ବିଜ୍ଞାନ ଜୁନିୟର କଲେଜ ଓ ସୌମିତ୍ ମହାନ୍ତି ଅନସ୍ଳୋ ଶିକ୍ଷାନୁଷ୍ଠାନ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀମାନ ବିଷ୍ଣ ପ୍ରସାଦ ଶତପଥୀ, କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ଓ ଅନୁଶ୍ରୀ ସାହୁ, ସରସ୍ବତୀ ଶିଶୁ ମନ୍ଦିର ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବରିଷ୍ଠ ବର୍ଗ ବକ୍ତୃତା ପ୍ରତିଯୋଗିତାରେ ସୋନାଲିକା ପଟ୍ଟନାୟକ, ଛତ୍ରପୁର ମହିଳା ଡିଗ୍ରୀ କଲେଜ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆର୍. ଧବଳେଶ୍ବର ରେଡ୍ଡୀ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । କନିଷ୍ଠ ବର୍ଗ କୁଇଜ୍ ପ୍ରତିଯୋଗିତାରେ ସାହିସ୍ତା ଖାତୁନ, ସରକାରୀ ବା୍ଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ, ଆଦର୍ଶ ନାୟକ କାର୍ମେଲ ସେକେଣ୍ଡାରୀ ସ୍କୁଲ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଲୀସା ନାୟକ ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବରିଷ୍ଠ ବର୍ଗ କୁଇଜ୍ ପ୍ରତିଯୋଗିତାରେ ସନ୍ତୋଷ କୁମାର ବେହେରା ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୋନାଲିକା ପଟ୍ଟନାୟକ ଛତ୍ରପୁର ମହିଳା ମହାବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ବକ୍ତୃତା ପ୍ରତିଯୋଗିତାର ବିଚାରକ ଭାବେ ଅଶୋକ କୁମାର ଚୌଧୁରୀ, ଅରୁଣ ଶତପଥୀ, ରାମକୃଷ୍ଣ ସାହୁ ଓ କୁଇଜ୍ ପ୍ରତିଯୋଗିତାର ବିଚାରକ ଭାବେ କୁଇଜ୍ ମାଷ୍ଟର ରାମକୃଷ୍ଣ ପଣ୍ଡା ସହଯୋଗ କରିଥିଲେ । ପ୍ରତିଯୋଗିତା ଆୟୋଜନରେ ଶ୍ୟାମଘନ ପାତ୍ର, ଏମ୍. ଶ୍ରାବନ୍ତୀ, ରବି ନାରାୟଣ ରାଉତରାୟ, ରାଜାକ୍ ହୋସେନ୍, ଭାଗ୍ୟଲକ୍ଷ୍ମୀ ପାତ୍ର, କିରଣ କୁମାର ପଲେଇ, ରାମମୂର୍ତ୍ତୀ ଆଚାରୀ, ପଦ୍ମ ଚରଣ ନାୟକ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ