ଶିକ୍ଷାବିତ୍ ଚନ୍ଦ୍ରଶେଖର ପତିଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଶିକ୍ଷାବିତ୍ ତଥା ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସମୂହର ପ୍ରତିଷ୍ଠାତା ସ୍ୱର୍ଗତ ଚନ୍ଦ୍ରଶେଖର ପତିଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଚନ୍ଦ୍ରଶେଖରପୁରସ୍ଥିତ ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଅତିଥି ରୂପେ ଯୋଗଦେଇ ସ୍ୱର୍ଗତ ପତିଙ୍କ ସ୍ମୃତିରେ ପ୍ରକାଶିତ ସ୍ମରଣିକା ‘ସ୍ମୃତି ଅର୍ଘ୍ୟ’କୁ ଲୋକର୍ପିତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ, ବରିଷ୍ଟ ଆଇନ୍ଜିବୀ ଶିବାନନ୍ଦ ରାୟ, ସମାଜସେବୀ ଦିଲ୍ଳିପ୍ ଶ୍ରୀଚନ୍ଦନ, ଆଇନ୍ଜିବୀ ଡ. ଲିଙ୍ଗରାଜ ସାହୁ, ସମାଜସେବୀ ପ୍ରକାଶ ଶ୍ରୀଚନ୍ଦନ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପତିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ତାଙ୍କ ଭାତୃଦ୍ୱୟ ଶଶାଙ୍କ ଶେଖର ପତି, ହିଂମାଶୁ ଶେଖର ପତି, ପୁତ୍ର ଦ୍ୱୟ ସୂର୍ଯ୍ୟପ୍ରକାଶ ପତି, ଶକ୍ତି ପ୍ରକାଶ ପତି, ବିଦ୍ୟାଳୟ ମ୍ୟାନେଜର ବସନ୍ତ କୁମାର ତ୍ରିପାଠୀ ତଥା ସ୍ୱର୍ଗତ ପତିଙ୍କର ଅନ୍ୟତମ ସ୍ୱପ୍ନର ଅନୁଷ୍ଠାନ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ(ସିଲୁ) ପରିଚାଳନା କରିଥିଲେ । ସ୍ୱର୍ଗତ ପତିଙ୍କ ଦେହାବସାନ ପରଠାରୁ ବ୍ରାହ୍ମଣ ଭୋଜନ, ଦୁଃଖିରଙ୍କିଙ୍କ ସେବା ସହ ତାଙ୍କ ଏକାଦଶାହରେ ବିଦ୍ୟାଳୟ ପରିସରରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜନ କରାଯାଇ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ଏହି ଅବସରରେ ଭଜନ ସମାରୋହ, ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ପ୍ରକାଶ ଥାଉକି ୧୯୬୩ ମସିହା ଅକ୍ଟୋବର ମାସ ୨୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ୰ପତି ତାଙ୍କ ଜୀବନକାଳ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସହ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହି ବେଶ୍ ଲୋକପ୍ରିୟତା ହାସଲ କରି ଗତ ଜୁଲାଇ ମାସ ୩୦ ତାରିଖରେ ୫୯ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ ।