ବୈତରଣୀରେ ଜଳସ୍ତର ବୃଦ୍ଧି
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଯାଇଥିବା ବୈତରଣୀ ନଦୀରେ ସକାଳୁ ସାମାନ୍ୟ ଜଳସ୍ତର ବୃଦ୍ଧି ହୋଇଥିବା ଜଣାପଡିଛି। ଗତ ଏକ ସପ୍ତାହ ଧରି ଝିପିଝିପି ବର୍ଷା ଲାଗିରହିଥିବା ବେଳେ ଧୀରେ ଧୀରେ ଜଳସ୍ତର ବୃଦ୍ଧି ପାଉଥିବା କୁହାଯାଇଛି। ଏହାଛଡା ନଦୀର ଉପରମୁଣ୍ଡରେ କିଛିଟା ବର୍ଷା ହୋଇଥିବାରୁ ଆଜି ସକାଳୁ ଆଖୁଆପଦା ଆନିକଟ ଠାରେ ଜଳସ୍ତର ବୃଦ୍ଧି ପାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଠାକୁରମୁଣ୍ଡା ଠାରେ୧୧.୪ମିମି., କେନ୍ଦୁଝର ଠାରେ ୨୯.୮ମିମି., ସ୍ବାମପାଟଣା ଠାରେ୨୦.୦ମିମି, ଆନନ୍ଦପୁର ଠାରେ୧୬.୪ମିମି ଓ ଚମ୍ପୁଆ ଠାରେ ସର୍ବାଧିକ ୬୧.୨ମିମି ବର୍ଷା ରେକର୍ଡ କରାଯାଇଛି। ଏହାର ପ୍ରଭାବରେ ଜଳସ୍ତର ବୃଦ୍ଧିପାଇ ୧୭.୭୩ମିଟର ଯାଏଁ ଯାଇଥିବା ବେଳେ ଏହା ପୁନଶ୍ଚ ହ୍ରାସ ଘଟି ସଂଧ୍ୟା ୭ଟା ସୁଦ୍ଧା ୧୭.୬୫ମିଟରରେ ପହଞ୍ଚି ଥିବା ଜଣାଯାଇଛି। ଏଠାରେ ସୂଚିତ ଆଖୁଆପଦା ଠାରେ ବୈତରଣୀ ନଦୀର ବିପଦ ସଂକେତ୧୭.୮୩ମିଟର ରହିଛି।


