ସରପଞ୍ଚ ଚିତ୍ରସେନ ଦାସଙ୍କ ହତ୍ୟା ଅଭିଯୋଗରେ ୮ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ଗ୍ରାମପଞ୍ଚାୟତର ତତ୍‌କାଳୀନ ସରପଞ୍ଚ ଚିତ୍ରସେନ ଦାସଙ୍କୁ ହତ୍ୟା କରିଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ଗୋପାଳ ଚନ୍ଦ୍ର ବେହେରା ୮ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଆଳି ଥାନା ଅନ୍ତର୍ଗତ ସିଙ୍ଗିରୀ ପଞ୍ଚାୟତର ତତ୍କାଳୀନ ସରପଞ୍ଚ ଚିତ୍ରସେନ ଦାସ ଗତ ୨୦୧୬ମସିହା ଜୁନମାସ ୮ତାରିଖ ସକାଳେ ତାଙ୍କ ଘରୁ ବାହାରି ଆଳିକୁ ଆସୁଥିବା ବେଳେ ଚଣ୍ଡିଆଗଡି ବଜାର ଛକରେ କ୍ଷୀରୋଦ ଦାସ, ସୁମନ୍ତ ଦାସ, ପିତାମ୍ବର ନାୟକ, ଆଶିଷ ଦାସ, ସଚ୍ଚିଦାନନ୍ଦ ପୃଷ୍ଟି, ବସନ୍ତ ସେଠୀ, ସୁମନ୍ତ ପାଢୀ ଓ ବିଜୟ ମଲିକ ପ୍ରମୁଖ ୮ଜଣ ତାଙ୍କୁ ବିଭିନ୍ନ ମାରାଣାସ୍ତ୍ରରେ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଗୁରୁତ୍ତର ହୋଇପଡିଥିବା ଚିତ୍ରସେନଙ୍କୁ ଆଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏସମ୍ପର୍କରେ ଥାନାରେ ଅଭିଯୋଗ ପରେ ଆଳି ଥାନାରେ ୧୪୫/୨୦୧୬ରେ ଏକ ମାମଲା ରୁଜୁ ହୋଇଥିଲା । ଆଳି ଥାନା ପୋଲିସ ଘଟଣାର ତଦନ୍ତ କରି ଅଦାଲତରେ ଅଭିଯୋଗଫର୍ଦ୍ଦ ଦାଖଲ କରିବା ପରେ ସେହି ମାମଲାର ଶୁଣାଣି ଚାଲିଥିଲା । ଏସ.ଟି. କେଶ ନମ୍ବର ୨୮୮/୨୦୧୬ରେ କେନ୍ଦ୍ରାପଡା ଜିଲ୍ଲାଜଜଙ୍କ ଅଦାଲତରେ ସେହି ମାମଲାର ଶୁଣାଣି ଚାଲିଥିଲା । କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ଗୋପାଳ ଚନ୍ଦ୍ର ବେହେରା ୩୯ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ପରେ ସଂପୃକ୍ତ ମାମଲାର ବିଚାର କରି ଭାରତୀୟ ପିଙ୍ଗଳ କୋଡ୍‌ର ୩୦୨ ଏବଂ ୧୨୦(ଖ) ଦଫାରେ ଅଭିଯୁକ୍ତ କ୍ଷୀରୋଦ ଦାସ, ସୁମନ୍ତ ଦାସ, ପିତାମ୍ବର ନାୟକ, ଆଶିଷ ଦାସ, ସଚ୍ଚିଦାନନ୍ଦ ପୃଷ୍ଟି, ବସନ୍ତ ସେଠୀ, ସୁମନ୍ତ ପାଢୀ ଓ ବିଜୟ ମଲିକଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହିତ ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ପ୍ରତ୍ୟେକ ଅଧିକ ଏକବର୍ଷ ଲେଖାଏଁ ଜେଲଦଣ୍ଡ ଭୋଗିବେ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ମାନସରଞ୍ଜନ ବେହେରା ଅଦାଲତରେ ମାମଲା ପରିଚାଳନା କରୁଥିବା ବେଳେ ତାଙ୍କୁ ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ