ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବେଲଗୁଣ୍ଠା ପ୍ରେସକ୍ଲବ୍ ତରଫରୁ ସ୍ୱାଗତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ମଙ୍ଗଳବାର ବେଲଗୁଣ୍ଠା ପଞ୍ଚାୟତ ସମିତିରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକରୀ ଭାବେ ଯୋଗ ଦେଇଥିବା ରୋଶନ୍ ଶତପଥୀଙ୍କୁ ବୁଧବାର ଦିନ ବେଲଗୁଣ୍ଠା ପ୍ରେସକ୍ଲବ୍ ତରଫରୁ ସ୍ୱାଗତ କରାଯାଇଛି I ଶ୍ରୀଯୁକ୍ତ ଶତପଥି ଏହା ପୂର୍ବରୁ ଆସିକାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ I ବେଲଗୁଣ୍ଠାରେ ପୂର୍ବରୁ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଭଞ୍ଜନଗର ବିଡିଓ ଭାବେ ବଦଳି ହୋଇଯିବା ପରେ ସେ ବେଲଗୁଣ୍ଠାର ଅତିରିକ୍ତ ଦାୟିତ୍ୱରେ ରହିଥିଲେ I ନୂତନ ବିଡ଼ିଓ ରୋଶନ୍ ଶତପଥି ବେଲଗୁଣ୍ଠା ଦାୟିତ୍ୱ ଗ୍ରହଣ କରିବା ପରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ଉପସଭାପତି ପ୍ରଭାତ ସାହୁ, ସହସମ୍ପାଦକ ସରୋଜ ଶତପଥି, କୋଷାଧ୍ୟକ୍ଷ ବିଭୁପାଦ ଜେନା, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ସଦସ୍ୟ ସୁଶାନ୍ତ ବେହେରା, ପଞ୍ଚାନନ ସାହୁ, ସୁଶାନ୍ତ ମିଶ୍ର,ଶିବରାମ ଚୌଧୂରୀ, ଚନ୍ଦନ ସାହୁ ପ୍ରମୁଖ ବିଡ଼ିଓ ଶ୍ରୀ ଶତପଥୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ I ଏହି ଅବସରରେ ବିଡିଓ ଶ୍ରୀ ଶତପଥି ଲୋକଙ୍କ ନିକଟତର ହୋଇ ବିଭିନ୍ନ ଯୋଜନାକୁ ସଫଳ ରୂପାୟନ କରିବା ଦିଗରେ ପ୍ରେସକ୍ଲବର ସହଯୋଗ କାମନା କରିଥିବା ବେଳେ ପ୍ରେସକ୍ଲବ ପକ୍ଷରୁ ମଧ୍ୟ ସମସ୍ତ ଜନହିତକର କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ପ୍ରତିଶୃ୍ତି ଦିଆଯାଇଥିଲା I ସେହିପରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢୀ,ସହକାରୀ ଯନ୍ତ୍ରୀ ଗିରିଧାରୀ ବେହେରା, କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ରନାଥ ନାୟକ, ଫୁଲମଣୀ ମାଝୀ,ନରେନ୍ଦ୍ର ମାଝୀ, ପ୍ରଭାତ ଦାସଙ୍କ ସମେତ ବ୍ଳକ୍ ର ସମସ୍ତ ଭିଏଲ୍ଡବ୍ଲ୍ୟୁ, ଜିଆରଏସ୍ ଏବଂ ଅନ୍ୟ କର୍ମଚାରୀମାନେ ସ୍ୱାଗତ କରିଥିଲେ I


