ମହାବିଦ୍ୟାଳୟ ସ୍ନାତ୍ତକୋତ୍ତର ସମ୍ମାନ ପରୀକ୍ଷା ଫଳ ଶତ ପ୍ରତିଶତ ଇତିଶ୍ରୀ କଲେଜ ଟପର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମାଜଶାସ୍ତ୍ର ସ୍ନାତ୍ତକୋତ୍ତର ସମ୍ମାନ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ସମାଜଶାସ୍ତ୍ର ସ୍ନାତ୍ତକୋତ୍ତର ସମ୍ମାନ ବିଭାଗର ମୋଟ ୧୫ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ କରିଥିବା ଜଣାପଡିଛି । ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିବା କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା କହିଛନ୍ତି । ଛାତ୍ରୀ ଇତିଶ୍ରୀ ସାହୁ ୭୯.୩୮ ପ୍ରତିଶତ ମାର୍କ ରଖି କଲେଜର ବେଷ୍ଟ ପୋଷ୍ଟ ଗ୍ରାଡୁଏଟ ହୋଇଛନ୍ତି । ମହାବିଦ୍ୟାଳୟ ସମାଜଶାସ୍ତ୍ର ସ୍ନାତ୍ତକୋତ୍ତର ସମ୍ମାନ ବିଭାଗର ମୋଟ ୧୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ଜଣ ୭୮ ପ୍ରତିଶତରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ବେଳେ ୯ଜଣ ୭୦ ପ୍ରତିଶତରୁ ଉର୍ଦ୍ଧ୍ୱ, ୨ଜଣ ୬୮ ପ୍ରତିଶତରୁ ଉର୍ଦ୍ଧ୍ୱ ଏବଂ ଜଣେ ୬୨ ପ୍ରତିଶତରୁ ଉର୍ଦ୍ଧ୍ୱ ମାର୍କ ରଖି ପାସ କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଦ୍ୱାରା ତାଙ୍କ କାର୍ଯ୍ୟାଳୟରେ କଲେଜ ସମାଜଶାସ୍ତ୍ର ସ୍ନାତ୍ତକୋତ୍ତର ସମ୍ମାନ ବିଭାଗର ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ଦାସ, ଉପ ନିୟନ୍ତ୍ରକ ପ୍ରମୋଦ କୁମାର ବେହେରା, ରମାନାଥ ମହାନ୍ତି, ଡଃ. ଗୈାର ପ୍ରସାଦ ଷଡଙ୍ଗୀ, ସେକ ହବିବ୍, ବିଭାଗୀୟ ମୁଖ୍ୟ ମଧୁସ୍ମିତା ସିଂ, ଅଧ୍ୟାପିକା ବନ୍ଦିତା ପରିଡା ଓ ଅଧ୍ୟାପିକା ଶୁଭଶ୍ରୀ କର ପ୍ରମୁଖ ଉପସ୍ଥିତ ଥିଲେ ।