ବୈତରଣୀ ଜଳସ୍ତର ବୃଦ୍ଧି ପାଉଥିବାରୁ ହାଟଡିହି ବ୍ଲକରେ ବନ୍ୟା ଆଶଙ୍କା

ହାଟଡିହି, (ବିକାଶ ବିଶ୍ୱାଳ):ଗତ ଦୁଇଦିନ ହେଲା ଉପର ମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଲାଗି ରହିବାଦ୍ୱାରା ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ରାତି ୭ଟା ସୁଧା ଆନନ୍ଦପୁର ଠାରେ ୩୮.୧୦ମିଟର ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ଜଣାଯାଇଛି । ବୈତରଣୀ ନଦୀରେ ଯେପରି ଭାବେ ଜଳସ୍ତର ବୃଦ୍ଧି ପାଉଛି ଯଦି ଏହିପରି କ୍ରମାଗତ ବୃଦ୍ଧି ପାଏ ତେବେ ଏହା ହାଟଡିହି ଅଞ୍ଚଳରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା କରାଯାଇଛି । ବିଶେଷକରି ଆମ୍ବୋ ଠାରୁ ସମଣା ଓ ଆଇତିପୁର ପଞ୍ଚାୟତର ରାଘବପୁର ନିକଟରେ ନଦୀବନ୍ଧ ମୁକୁଳା ପଡିଥିବାରୁ ବନ୍ୟାଜଳ ଏହିବାଟ ଦେଇ ପ୍ରବେଶ କରିବାର ଆଶଙ୍କା ଅଛି । ଯଦି ବୈତରଣୀ ନଦୀର ଜଳସ୍ତର ଅଧିକ ବୃଦ୍ଧି ପାଏ ତେବେ ଆମ୍ବୋ, ସମଣା, ସୁଲଣ, ହାବଳେଶ୍ୱର, ଗେଡମା, ଆଇତିପୁର ଆଦି ପଞ୍ଚାୟତରେ ବନ୍ୟା ହେବାର ସମ୍ଭାବନା ଅଛି । ଏଥିଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପଞ୍ଚାୟତର ସରପଞ୍ଚ, ପିଇଓ ମାନଙ୍କୁ ସତର୍କ କରାଯାଇଛି । ଯଦି କେଉଁଠି ଆବଶ୍ୟକ ପଡେ ତେବେ ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ବୋଲି ଭାରପ୍ରାପ୍ତ ବିଡିଓ ବିଚିତ୍ର କୁମାର କର ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ