ମାଛ ଚୋରିକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ମାଛ ଚୋରୀକୁ କେନ୍ଦ୍ର କରି ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ପଞ୍ଚାୟତର ସିଆରୀମାଳ ଗ୍ରାମରେ ଘଟିଛି ହତ୍ୟାକାଣ୍ଡ I ସୂଚନା ପ୍ରକାରେ ପୋଖରୀରେ ପଡ଼ିଥିବା ଜାଲରୁ ମାଛ ଚୋରି ନେଇ ପାଟିତୁଣ୍ଡ ହେବାପରେ ସିଆରୀମାଳ ଗ୍ରାମର ଦିଲ୍ଲୀପ ସ୍ୱାଇଁଙ୍କୁ ଶନିବାର ରାତିରେ ସେହି ଗ୍ରାମର କାମ୍ପ ତାରିଣୀଙ୍କ ପୁଅ ଭରତ ତାରିଣୀ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଦିଲ୍ଲୀପଙ୍କ ସ୍ତ୍ରୀ ନଗରୀ ସ୍ୱାଇଁ I ନଗରୀଙ୍କ ଅଭିଯୋଗ ପ୍ରକାରେ ଶନିବାର ରାତ୍ର ଏଗାର ଘଣ୍ଟ ସମୟରେ ଦିଲ୍ଲୀପ ନିକଟସ୍ଥ ପୋଖରୀକୁ ମାଛ ଦେଖିବାକୁ ଯାଇ ଆଉ ଘରକୁ ଫେରିନଥିଲେ I ରବିବାର ସକାଳୁ ନଗରୀ ଦିଲ୍ଲୀପଙ୍କୁ ଖୋଜାଖୋଜି କରି ପାଇନଥିବା ବେଳେ ଅପରାହ୍ଣ ଚାରି ଘଣ୍ଟା ସମୟରେ ଏକ ଧାନ ବିଲରେ ଦିଲ୍ଲୀପଙ୍କ ମୃତ ଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ I ଏନେଇ ନଗରୀ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ I ନଗରୀଙ୍କ ଅଭିଯୋଗ ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଧାନ ବିଲ ନିକଟରୁ ଦିଲ୍ଲୀପଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ପଠାଇଥିବା ଜଣାପଡିଛି I ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଥିବା ବେଳେ ଆସନ୍ତାକାଲି ଦିଲ୍ଲୀପଙ୍କ ଶବ ବ୍ୟବଛେଦ ହେବ ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ