ଗଞ୍ଜାମ ସ୍ୱରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ମେଟ୍ରିକ ଟପ୍ପର ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ, (ବିନୋଦ ପଲେଇ):ଗଞ୍ଜାମ ସହରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମେଟ୍ରିକ ଟପ୍ପର ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ସଭାଗୃହ ପରିସରରେ ,ପରିଚାଳନା କମିଟି ସଭାପତି ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ପୋୖରହିତରେ ଅନୁଷ୍ଠିତ ଉତ୍ସବକୁ ଉଦଘାଟନ କରିଥିଲେ ଗଞ୍ଜାମ ଏନଏସିର ଅଧକ୍ଷ ପ୍ରତିଭା ପାଢ଼ୀ। ମୁଖ୍ୟ ଅତିଥି ରୂପେ ଆସ୍କା ବିଜ୍ଞାନ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଶିଶୁ ମନ୍ଦିର ଦକ୍ଷିଣ ପୂର୍ବ ସଂଭାଗର ସଭାପତି ଡ଼. ତାରା ପ୍ରସାଦ ଦାସ ଯୋଗଦେଇ ବିଦ୍ୟାର୍ଥୀ ମାନେ ନିଜର କ୍ୟାରିଅର ବଞ୍ଚିବା ସମୟରେ ନିଜର ଦକ୍ଷତା ଓ ଇଚ୍ଛା ଶକ୍ତିକୁ ଗୁରୁତ୍ୱ ଦେବାକୁ କହିବା ସହ ଆଗାମୀ ଦିନରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପଢିବା ସମୟରେ ମିଳୁଥିବା ସ୍ୱାଧୀନତାକୁ ଶୁଙ୍ଖଳା ଭିତରେ ବିଦ୍ୟାର୍ଥୀ ମାନେ ଉପଯୋଗ କାରିବାକୁ କହିଥିଲେ। ଶିଶୁମନ୍ଦିର ପରିଚାଳନା କମିଟିର ସମ୍ପାଦକ ଗିରିଷ କୁମାର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ଶିକ୍ଷାବିତ ଡ଼.ସବିତା ରାଣୀ ଦାସ , ଲେପ୍ଟନେଣ୍ଟ ଦୂର୍ଗାପ୍ରସାଦ ଦାସ, ଓ ମୁଖ୍ୟବକ୍ତା ରୂପେ ଯଜ୍ଞଶାଳା ଆଶ୍ରମର ମହନ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ବିଦ୍ୟାର୍ଥି ମାନେ ପାଠପଢ଼ା ସହ ପିତାମାତା ଓ ଦେଶମାତୃକା ପ୍ରତି ସମର୍ପିତ ହେବାପାଇଁ କହିଥିଲେ। ପ୍ରାରମ୍ଭରେ ପ୍ରଧାନଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ପରିଚାଳନା କମିଟିର ସହ ସମ୍ପାଦକ ଦାମୋଦର ପଣ୍ଡା ଓ ଉପଦେଷ୍ଟା ବିପିନ ଚନ୍ଦ୍ର ପଟ୍ଟନାୟକ ମଞ୍ଚାସିନଥିଲେ। ଏହି ଅବସରରେ ମେଟ୍ରିକ ପରୀକ୍ଷା ଟପ୍ପର ବିଦ୍ୟାର୍ଥୀଙ୍କୁ ସମର୍ଦ୍ଧିତ କରାଯାଇଥିଲା। ଶେଷରେ କୋଷାଧ୍ୟକ୍ଷ ବିଶ୍ଵନାଥ ସାମନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ