ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟକାରୀ କମିଟି ବୈଠକ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରୀ କମିଟି ବୈଠକ ଅଗଷ୍ଟ ୨୧ ତାରିଖ ଦିନ ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ ବ୍ଲକ ସଭାପତି ମନମୋହନ ଦାଶଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ଲକ ସମ୍ପାଦନା ନଗେନ୍ଦ୍ର ନାଥ ଷଡଙ୍ଗୀ ସ୍ୱାଗତ ଭାଷଣ ଓ ଆଲୋଚ୍ୟ ବିଷୟ ନେଇ ଧାରଣା ପ୍ରଦାନ କରିଥିଲେ। ଅବସର ଗ୍ରହଣ କରିଥିବା ୧୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଦିନ ଅବସରକାଳୀନ ସମ୍ବର୍ଦ୍ଧନା ଦେବାକୁ ଠିକ କରାଯାଇଥିଲା। ଏଥିସହ ମଧ୍ୟାହ୍ନ ଭୋଜନ ଚାଉଳ ଓ ଅର୍ଥ ଠିକ ସମୟରେ ପ୍ରଦାନ ଓ ସମସ୍ତ ଅନୁଦାନ ଅର୍ଥର ଖର୍ଚ୍ଚ ବିବରଣୀ କିପରି କରାଯିବ ସେଥିପାଇଁ ଜଣାଇବା ପାଇଁ ଦାବିପତ୍ର ବିଇଓ ଙ୍କୁ ପ୍ରଦାନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଗତ ବର୍ଷର ସଂଘ ର ଆୟ ଓ ବ୍ୟୟର ବିବରଣୀ ସମ୍ପାଦକ ଉପସ୍ଥାପନ କରିଥିଲେ। ଆଲୋଚନା ପରେ ତାହା ଗୃହୀତ ହୋଇଥିଲା। ବୈଠକରେ ଉପସଭାପତି କାଳୀଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ହରେକୃଷ୍ଣ ପ୍ରଧାନ, ବ୍ଲକ ସଂଯୋଜକ ପ୍ରମୋଦ ଦାଶ ଙ୍କ ସମେତ ୨୦ ଜଣ କାର୍ନ୍ୟକାରୀ କମିଟି ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ