ବି.ଏସ୍.ଏଫ୍. ଦ୍ଵାରା ଅସ୍ତ୍ର ପ୍ରଦର୍ଶନୀ

ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ଥିବା ୮୮ ନମ୍ବର ବି ଏ ସଫ ବାଟାଲିୟନ ଦ୍ୱାରା ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏଥିରେ ବଡପଦର ସ୍କୁଲର ୭୫ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନେ ଭବିଷ୍ୟତ ରେ ବି ଏ ସଫ ବାହିନୀରେ ଯୋଗ ଦେବା ନିମନ୍ତେ ଉତ୍ସାହିତ କରିବା ପାଇଁ ଆୟୋଜନ କରାଯାଇଥିଲା।ଏହି ବାଟାଲିୟନ ଅତୀତର ଭାରତ-ପାକ, ଭାରତ-ଇଣ୍ଡୋ ବାଙ୍ଗଳାଦେଶ ସୀମାରେ ସୁରକ୍ଷା ର କର୍ତ୍ତବ୍ୟ କରିବା,,କିପରି ଆତଙ୍କବାଦ ସହ ମୁକାବିଲା କରିବା,ano ର କାଉଣ୍ଟର ବିଦ୍ରୋହ କୁ ମୁକାବିଲା,ଏସବୁ ଗୌରବ ମୟ ବିଷୟରେ ଆଲୋକପାତ ହୋଇଥିବା ସହ ବି ଏ ସଫ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର, କିପରି ବ୍ୟବହାର କରାଯିବ ଏହା ଉପରେ ଛାତ୍ରଛାତ୍ରୀ ଙ୍କୁ ବିବରଣୀ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ