ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତା ରେ ଭାଗ ନେବେ ସୁବ୍ରତ

ଛତ୍ରପୁର, (ଦେବଦତ୍ତ ମହାରଣା):ଗତ ୨୩ ଓ ୨୪ ତାରିଖରେ ଓଡ଼ିଶା ରାଜ୍ୟ ସନ୍ତରଣ ସଙ୍ଘ ଓ ରାଜ୍ୟ କ୍ରୀଡା ଯୁବ ସେବା ବିଭାଗ ର ମିଳିତ ସହଯୋଗ ରେ କଳିଙ୍ଗ ଷ୍ଟାଡିୟମରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ସନ୍ତରଣ ଗାରରେ ୨୬ ତମ ରାଜ୍ୟ ସନ୍ତରଣ ପ୍ରତିଷ୍ଠା ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାରୁ ୯ ଜଣ ପୁରୁଷ ସନ୍ତରଣ ପ୍ରତିଯୋଗୀ କେ ଏମ ପି ସ୍ପୋର୍ଟସ ଏକାଡେମୀ ର ଅଧ୍ୟକ୍ଷ ଓ ଜିଲ୍ଲା ସନ୍ତରଣ ଆୟୋଜକ କେ ମନୋଜ ପ୍ରଧାନ ଙ୍କ ନେତୃତ୍ଵରେ ଜିଲ୍ଲାରୁ ଚୟନ ହୋଇ ରାଜ୍ୟ ପ୍ରତିଯୋଗିତା ରେ ଭାଗ ନେଇଥିଲେ । ଏଥିରୁ ଗଞ୍ଜାମ ଜିଲ୍ଲାକୁ ସୁବ୍ରତ ପାତ୍ର ୫ଟି ସ୍ଵର୍ଣ୍ଣ ପଦକ ହାସଲ କରି ରାଜ୍ୟ ର ଶ୍ରେଷ୍ଠ ପୁରୁଷ ସନ୍ତରଣ ଭାବେ ବିବେଚନା ହୋଇଛନ୍ତି । ସେହିପରି ପୂର୍ଣ୍ଣଚନ୍ଦ୍ର ସେଠୀ ପାରା ପୁରୁଷ ବର୍ଗରେ ଦୁଇଟି କାଂସ୍ୟ ପଦକ ହାସଲ କରିଥିବା ବେଳେ ତିରୁପତି ରେଡ୍ଡୀ , ଗଣେଶ ମହାରଣା, ଅଂଶୁମାନ ଦାସ , ରିତେଶ କୁମାର ସାହୁ , ଦୀପକ ବେହେରା, ଦୀପକ ସ୍ବାଇଁ, ସଞ୍ଜୟ ବେହେରା, ଭଲ ପ୍ରଦର୍ଶନ କରିଛନ୍ତି ବୋଲି କୋଚ୍ ଇ ଲଳିତ କୁମାର ଓ ବାସୂ ନାୟକ ଜଣାଇଛନ୍ତି । ଏହି ଖେଳାଳୀ ମାନଙ୍କର ଭଲ ପ୍ରଦର୍ଶନ କରିଥିବା ହେତୁ ଗଞ୍ଜାମ ଜିଲ୍ଲାର ଜିଲ୍ଲା ଆଥଲେଟିକ ସଂଘର ସମ୍ପାଦକ ଅଶୋକ କୁମାର ସାହୁ ଶୁଭେଛା ଜଣାଇବା ସହ ଜିଲ୍ଲା ର ବିଭିନ୍ନ ସ୍ତରରୁ ଶୁଭେଚ୍ଛାର ସୁଅ ଫିଟୁଛି। ଆସନ୍ତା ସେପ୍ଟେମ୍ବର ୬ ରୁ ୧୦ ଆସାମ ର ଗୌହାଟି ରେ ହେବାକୁ ଯାଉଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତା ରେ ସୁବ୍ରତ ପାତ୍ର ଭାଗ ନେବେ ବୋଲି ଶ୍ରୀ ପ୍ରଧାନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ