ଅନଲାଇନ ଠକେଇ ମାମଲାରେ ନାଇଜେରିଆନ ଦମ୍ପତି ଗିରଫ

ବାଲେଶ୍ୱର, (ସରୋଜ ପଣ୍ଡା):ସହରର ବାଲିଆ ଅଞ୍ଚଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କଠାରୁ ଅନଲାଇନରେ ୩୦ ଲକ୍ଷ ଟଙ୍କା ଠକି ନେବା ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ନାଇଜେରିଆନ ଦମ୍ପତିଙ୍କୁ ଦିଲୀରୁ ଗିରଫ କରିଛି ବାଲେଶ୍ୱର ସାଇବର ଥାନା ପୁଲିସ । ସେମାନେ ହେଲେ ଏମାଉନେଲ ନାମମାନି କେଲଭିନ ଓଟୁସୋରୋ ନାମନା ଓ ପତ୍ନୀ ଟି ସୁଚିମ ବିଖାର । ସେମାନଙ୍କଠାରୁ ଗୋଟିଏ କାର, ୨ଟି ଲାପଟପ, ଦୁଇଟି ନକଲି ପାସପୋର୍ଟ, ୭ ମୋବାଇଲ ଓ ସୁନାଗହଣା ଜବତ କରାଯାଇଛି । ଏହି ମାମଲାରେ ଗତ ୬ ତାରିଖରେ ସାମସନ ଏମକେ ଅଲିକା ନାମକ ନାଇଜେରିଆ ଯୁବକଙ୍କୁ ଗିରଫ କରାଯାଇଥିଲା । ତାଙ୍କୁୁ ରିମାଣ୍ଡରେ ଆଣି ପଚରାଉଚୁରା ସହ ପୁଲିସ ଏହି ପତିପତ୍ନୀଙ୍କୁ ଗିରଫ କରିଥିବା ଜଣାଯାଇଛି । ଏହି ଅନଲାଇନ ଠକେଇ ମାମଲାରେ ତଦନ୍ତ ଏବେ ଜାରି ରହିଥିବା ବେଳେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଥିବା ପୁଲିସ ସୂଚନା ଦେଇଛି । ବିଦେଶୀ ମହିଳାଙ୍କ ନାଆଁରେ ଥିବା ସୋସିଆଲ ମିଡିଆ ଆଇଡିରୁ ପ୍ରଥମେ ବନ୍ଧୁତା ଓ ପରେ ଘନିଷ୍ଟତା ହୋଇ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ବାଲିଆ ଅଞ୍ଚଳର ଅବସରପ୍ରାପ୍ତ କର୍ମଚାରୀଙ୍କୁ ନାଇଜେରିଆ ର‌୍ୟାକେଟ ଚୁନ ଲଗାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ