ଛେନାପଦି ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ ଖୋଲିଲା ଅନର୍ସ ବିଭାଗ

ହାଟଡିହି, (ବିକାଶ ବିଶ୍ୱାଳ):ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ ଅନର୍ସ ବିଭାଗ ଖୋଲିଛି । ପୁର୍ବରୁ ରାଜନିତୀ ବିଜ୍ଞାନ, ୧୬ଟି ସିଟ ଥିବାବେଳେ ଏବେ ତାହା ୩୨ଟି, ଇତିହାସ ବିଭାଗରେ ୧୬ଟି ଥିବାବେଳେ ଏବେ ତାହା ୮ଟି ସିଟ ବୃଦ୍ଧି ପାଇ ୨୪ଟି, ସଂସ୍କୃତ ୧୬ଟି ଅନୁମତି ମିଳିଥିବାବେଳେ ଇଂରାଜିରେ ୮ଟି, ଓଡିଆ ବିଭାଗରେ ୧୬ଟି, ଏଜୁକେସନରେ ୨୪ଟି ସିଟ ପାଇଁ ଅନୁମତି ମିଳିଛି । ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିଦେ୍ର୍ଦଶକ ବାରିପଦାଙ୍କ ଚିଠି ନମ୍ବର ୨୨୦୯/୨୦/୦୬.୨୦୨୨ରେ ଏହି ଅନୁମତି ମିଳିବାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି । ପୁର୍ବରୁ ଏଠାରେ ଅନର୍ସ ପଢ଼ିବା ପାଇଁ ସୁଯୋଗ ନଥିବାରୁ ଛାତ୍ରୀମାନେ ବାହାରକୁ ଯାଉଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ