ବିଧାନସଭା ସମ୍ମୁଖରେ ପାଚକ ପାଚିକା ମହାସଂଘର ଧାରଣା ପଞ୍ଚମ ଦିନରେ
ଭୁବନେଶ୍ୱର: ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର ଧାରଣା ଲୋୟର ପି ଏମ୍ ଜି , ଭୁବନେଶ୍ୱରଠାରେ ଦୀର୍ଘ ୫ ଦିନ ଧରି ଚାଲୁ ରହିଛି । ମାତ୍ର ୪୬ ଟଙ୍କା ୬୬ ପଇସା ପାରିଶ୍ରମିକରେ ସାରା ଓଡ଼ିଶାର ସ୍କୁଲ୍ମାନଙ୍କରେ ମଧ୍ୟାହ୍ନ ଭୋଜନ ରୋଷେଇ କରି ଦେଉଥିବା ମା’ମାନଙ୍କର ଗୁହାରୀ ଅଦ୍ୟାବଧି ସରକାରଙ୍କ ନିକଟରେ ପହଞ୍ଚିପାରି ନଥିବା ଜଣାପଡ଼ୁଛି । ୭ ଦଫା ଦାବି ନେଇ ମହାସଂଘ ତରଫରୁ ଅନୁଷ୍ଠିତ ଧାରଣାରରେ ଶହ ଶହ ପାଚକ ପାଚିକାମାନେ ଅସ୍ୱାସ୍ଥ୍ୟକର ପରିବେଶରେ ଲୋୟର ପି ଏମ୍ ଜି ରାସ୍ତାକଡ଼ରେ ପଡ଼ି ରହିଛନ୍ତି । ୭ ଦଫା ଦାବି ମଧ୍ୟରୁ ମୁଖ୍ୟ ଦାବି ଦୈନିକ ୨୭୫ ଟଙ୍କା ନ ମିଳିଲେ କୌଣସି ପାଚକ ପାଚିକା ଧାରଣାରୁ ହଟିବେ ନାହିଁ ବୋଲି ବଜ୍ର ଶପଥ ନେଇଛନ୍ତି । ଏପର୍ଯ୍ୟନ୍ତ ଦାବିଗୁଡ଼ିକ ପ୍ରତି କୌଣସି ପ୍ରକାର ଆଲୋଚନା ହୋଇନଥିବା ଯୋଗୁ ରାସ୍ତାକଡ଼ରେ ପାଚିକା ମହାସଂଘର ସଭ୍ୟମାନେ ଦୟନୀୟ ଅବସ୍ଥାରେ ପଡ଼ି ରହିଥିବାରୁ ତୁରନ୍ତ ସରକାରୀସ୍ତରରେ ଉକ୍ତ ସମସ୍ୟାର ଆଲୋଚନା ଏବଂ ସମାଧାନ ପାଇଁ ମହାସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ସରୋଜିନୀ କୁମୁଡ଼ା, ସାଧାରଣ ସମ୍ପାଦକ କାର୍ତ୍ତିକ ସା, ଉପସଭାନେତ୍ରୀ ଶାନ୍ତି ଲୋହରା, ସମ୍ପାଦକ ସୁରେନ୍ଦ୍ର ଧରୁଆ, ସହ ସମ୍ପାଦକ ବିଜୟ କୃଷେ, କୋଷାଧ୍ୟକ୍ଷ ଜନକ ପ୍ରଧାନଙ୍କ ମିଳିତ ନେତୃତ୍ୱରେ ଧାରଣା ·ଲୁ ରହିଥିବା ବେଳେ ବୟୋଜ୍ୟେଷ୍ଠ ନେତା ହରିହର ପ୍ରଧାନ, କୃଷ୍ଣ ମେହେର ଉପସ୍ଥିତ ରହି ଧାରଣା ·ଲୁ ରଖିବାରେ ସହଯୋଗ କରୁଛନ୍ତି ।


