ପାଣିନାଳ ଉପରୁ ଜବରଦଖଲ ହଟାଇବାକୁ ଉପଜିଲ୍ଲାପାଳଙ୍କ ନିର୍ଦେଶ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ପଲ୍ଲୀରଘୁନାଥପୁର ଗ୍ରାମର ରାଜେନ୍ଦ୍ର ଜେନା ଏବଂ ତାଙ୍କ ପୁଅ ସୁଧାଂଶୁ ଜେନାଙ୍କ ବିରୋଧରେ ଡେରାବିଶ ଅତିରିକ୍ତ ତହସିଲଦାର ସେହି ଗ୍ରାମର ୨୩୧ନମ୍ବର ଖାତା ଅଧିନ୧୩୪୭ନମ୍ବର ପ୍ଲଟରେ ଥିବା ୩୫ଡିସିମିଲ ପାଣିନାଳ ଉପରେ ନିର୍ମାଣ କରାଯାଇଥିବା କୋଠା ଏବଂ ବାସଗୃହକୁ ଉଚ୍ଛେଦ କରିବା ପାଇଁ ଉପଜିଲ୍ଲାପାଳଙ୍କ କୋର୍ଟରେ ଏକ ମିସକେଶ ଦାୟର କରିଥିଲେ । ଉପଜିଲ୍ଲାପାଳଙ୍କ କୋର୍ଟରେ ବିଚାରାଧିନ ଥିବା ସେହି ମାମଲାରେ ରାୟ ସୋମବାର ପ୍ରକାଶ ପାଇଛିି । ପାଣିନାଳ ଉପରେ ସେହି ଗ୍ରାମର ରାଜେନ୍ଦ୍ର ଜେନା ଓ ତାଙ୍କ ପୁଅ ସୁଧାଂଶୁ ଜେନା ଉପରୋକ୍ତ ପ୍ଲଟ ଉପରେ ଥିବା ଜଳାଶୟ କିଷମ ଜମିକୁ ଜବରଦଖଲ କରି ତା’ ଉପରେ ବାସଗୃହ ନିର୍ମାଣ କରିଥିବାରୁ ପାଣିନାଳ ବନ୍ଦ ହୋଇଯାଇଥିଲା । ଫଳରେ ଶହଶହ ଲୋକଙ୍କ ଘରେ ବର୍ଷାଦିନେ ପାଣି ପସିଯାଇଥିଲା । ଏହି ପାଣିନାଳକୁ ଉଚ୍ଛେଦ କରିବା ପାଇଁ ୨୦୨୦ମସିହା ସେପ୍ଟେମ୍ବର ମାସ ୨୩ତାରିଖ ଓ ୨୦୨୨ମସିହା ଜୁନ ମାସ ୬ତାରିଖରେ ଡେରାବିଶ ଅତିରିକ୍ତ ତହସିଲଦାର ଉପଜିଲ୍ଲାପାଳଙ୍କୁ ୨ଟି ରିପୋର୍ଟ ପ୍ରଦାନ କରିଥିଲେ । ସେହି ରିପୋର୍ଟକୁ ଆଧାର କରି ଉପଜିଲ୍ଲାପାଳ ତାଙ୍କ କୋର୍ଟରେ ଫୌଜଦାରୀ କାର୍ଯ୍ୟବିଧି ଆଇନର ୧୩୩ଧାରାରେ ଏକ ମାମଲା ରୁଜ୍ଜୁ କରିଥିଲେ । ସେହି ମାମଲାର ରାୟ ପ୍ରକାଶ କରି ଉପଜିଲ୍ଲାପାଳ ଡେରାବିଶ ତହସିଲଦାରଙ୍କୁ ପାଣିନାଳ ଉପରୁ ରାଜେନ୍ଦ୍ର ଜେନା ଓ ତାଙ୍କ ପୁଅ ସୁଧାଂଶୁ ଜେନାଙ୍କ ଦ୍ୱାରା ନିର୍ମିତ ବାସଗୃହକୁ ଭାଙ୍ଗିଦେବା ପାଇଁ ନିର୍ଦ୍ଦେଶ ଦେବା ସହିତ ଏଥିରେ ସହଯୋଗ କରିବା ପାଇଁ ନିକିରାଇ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ ପାଇଥିବା ରାୟରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ