ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ବିରଞ୍ଚିପୁର ପଞ୍ଚାୟତ ସ୍ତରୀୟ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ସେପ୍ଟେମ୍ବର ୦୩ ତାରିଖ ଦିନ କୁବେରେଶ୍ବର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। କବିରାଜ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ର ସାଙ୍ଗଠନିକ ବୈଠକରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପଞ୍ଚାୟତରେ ବିଜୁ ଜନତା ଦଳକୁ ସୁଦୃଢ କରିବା ପାଇଁ ଆଲୋଚନା କରିଥିଲେ। ବିରଞ୍ଚିପୁର ପଞ୍ଚାୟତର ବରିଷ୍ଠ ନେତୃବୃନ୍ଦ ଧରଣୀଧର ପଣ୍ଡା, ବିପ୍ର ଚରଣ ଜେନା, ରାମଚନ୍ଦ୍ର ନାୟକ, ନାରାୟଣ ନାୟକ, ମନୋଜ କୁମାର ମହାନ୍ତି, ଗୋପୀନାଥ ସ୍ବାଇଁ, ଉପେନ୍ଦ୍ର ନାୟକ, ବନମାଳୀ ନାୟକ, ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ କୁମାର ସେଠୀ, ନାଏବ ସରପଞ୍ଚ ହରିକୃଷ୍ଣ ଜେନା ଙ୍କ ସମେତ ବହୁ ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ। ଅନ୍ୟ ଦଳର ସଦସ୍ୟ ବୃନ୍ଦ ବିଜେଡିର ଯୋଗ ଦେବାପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ସେହି ବିଷୟ ନେଇ ସକ୍ରିୟ କର୍ମୀମାନଙ୍କ ସହ ମନ୍ତ୍ରୀ ଶ୍ରୀ ସାହୁ ଆଲୋଚନା କରିଥିବା ଜଣାପଡ଼ିଛି। ଏଥିସହ ବିଭିନ୍ନ ଅଭାବ ଅସୁବିଧା ବିଷୟ ଉପରେ ମଧ୍ୟ ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁ ଆଲୋଚନା କରିଥିଲେ।