ଗୁରୁଙ୍କ ପାଇଁ ଦିନଟିଏ ତୂଳୀରେ ତସ୍ମୈଶ୍ରୀ ଗୁରୁବେ ନମଃ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ପବିତ୍ର ଗୁରୁ ଦିବସ । ଗୁରୁଙ୍କ ପାଇଁ ଦିନଟିଏ । ଗୁରୁଙ୍କୁ ସ୍ମରଣ ସହ ଗୁରୁ ପୂଜନର ଧାରାକୁ ଅବ୍ୟାହତ ରଖିବା ଲାଗି ଆମ ଦେଶରେ ସେପ୍ଟେମ୍ବର ୫ ତାରିଖଟିକୁ ଗୁୁରୁ ଦିବସ ରୂପେ ପାଳନ କରାଯାଇଥାଏ । ଆମ ଦେଶ ଯୁଗେ ଯୁଗେ ଆଦର୍ଶ ଗୁରୁ-ଶିଷ୍ୟ ପରମ୍ପରାର ଅଜସ୍ର ଉଦାହରଣ ସୃଷ୍ଟି କରିଛି । ଏହି ଦିବସଟିରେ ନିଜର ପ୍ରିୟ ଗୁରୁଙ୍କୁ କିଏ କେଉଁଭଳି ସ୍ମୃତିଚାରଣ କରି ସମ୍ବର୍ଦ୍ଧନା ଦିଗରେ ନିଜସ୍ୱ କୌଶଳ ବାଛୁଥିବା ବେଳେ ଭୁବନେଶ୍ୱର ଭୀମଟାଙ୍ଗିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ତୃତୀୟ ଶ୍ରେଣୀର ଛାତ୍ର ତଥା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ରଙ୍ଗ, ତୂଳୀରେ ଭକ୍ତିପୂତ ଶ୍ରଦ୍ଧା, ସମ୍ମାନର ସହ ଗୁରୁପୂଜା କରିଛନ୍ତି । ଗୁରୁକୁଳର ପରମ୍ପରା, ଆଦର୍ଶ ଓ ମହାନତାକୁ ନିଖୁଣ ରୂପେ ଚିତ୍ରରେ ମନେ ପକାଇ ଦେଇଛନ୍ତି । ଚିତ୍ରର ଶୀର୍ଷରେ ‘ତସ୍ମୈଶ୍ରୀ ଗୁରବେ ନମଃ’ ଲେଖି ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ସେ ଉକ୍ତ ବାର୍ତ୍ତାଟିକୁ ଉତ୍ସର୍ଗ କରିଛନ୍ତି । ଶାନ୍ତନୁଙ୍କ ଏଭଳି ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ