ସତ୍ୟନାଥ ମାଝୀଙ୍କ ଅକାଳ ବିୟୋଗରେ ଶୋକ

ବାଲେଶ୍ୱର, (ସରୋଜ ପଣ୍ଡା):ସିନ୍ଦୁରୀ ଅଞ୍ଚଳର ଜଣାଶୁଣା କଳାକାର, ସମାଜସେବୀ ତଥା ଯୁବ ସଂଗଠକ ଦିବଂଗତ ସତ୍ୟନାଥ ମାଝୀ (ବାବୁଲି)ଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ସ୍ଥାନୀୟ ସାଥ ଫେରେ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କଳାକାର ତଥା ସମାଜସେବୀ ସୁଶାନ୍ତ ଶତପଥୀ ସଭାପତିତ୍ୱ କରିଥିଲେ । ରେମୁଣା ବିଧାୟକ ସୁଧାଶୁ ଶେଖର ପରିଡ଼ା, ସାମ୍ବାଦିକ ସନ୍ଦୀପ୍ତ କୁମାର ଦାସ, ସାରଗାଁ ସରପଞ୍ଚ ସାବିତ୍ରୀ ଶତପଥୀ, ଅଜିତ ମହାକୁଡ଼, ଲକ୍ଷ୍ମୀଧର ସ୍ୱାଇଁ, ଦେବାଶିଷ ଦାଶ, ପୂର୍ବତନ ସରପଞ୍ଚ ଘନଶ୍ୟାମ ପଣ୍ଡା ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ମାଝୀଙ୍କ ଜୀବନାଦର୍ଶ ତଥା ବହୁବିଧ ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସତ୍ୟନାଥଙ୍କ ଅବର୍ତ୍ତମାନ କଳା ଓ ସାଂଗଠନିକ କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଶୋସଭାରେ ସମସ୍ତେ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଶ୍ରୀ ମାଝୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ନିରବ ପ୍ରାର୍ଥନା ସହ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ