ଟ୍ରାକ୍ଟର ଚୋରି ମାମଲାରେ ତିନି ଜଣଙ୍କୁ କୋର୍ଟଚାଲାଣ କଲା ବେଲଗୁଣ୍ଠା ପୋଲିସ୍

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗତ ତିନି ତାରିଖରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢିଆପଲ୍ଲୀ ଗ୍ରାମର ସୂର୍ଯ୍ୟ ପ୍ରଧାନଙ୍କ ଘର ଆଗରୁ ଟ୍ରାକ୍ଟର୍ ଚୋରି ମାମଲାରେ ବେଲଗୁଣ୍ଠା ପୋଲିସ୍ ତିନି ଜଣଙ୍କୁ ଆଜି କୋର୍ଟଚାଲାଣ କରିଛି I କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଗୁରାବାଡ଼ି ଗ୍ରାମର ପରମେଶ୍ଵର ବିଷୋୟୀ,ଯୋଗୀମାରି ଗ୍ରାମର ରବିନାରାୟଣ ଘଡ଼େଇ ଏବଂ ଅଗଝୋଳର ବରଜୁ ପ୍ରଧାନ ଓରଫ ତାଇ I ସେମାନଙ୍କ ନିକଟରୁ ଏକ ବୁଲେଟ୍ ମୋଟରସାଇକେଲ୍ ମଧ୍ୟ ଜବତ କରିଛି ପୋଲିସ୍ I ସୁଚନା ପ୍ରକାରେ ଗତ ତିନି ତାରିଖରେ ଚଢିଆପଲ୍ଲୀ ଗ୍ରାମର ସୂର୍ଯ୍ୟ ପ୍ରଧାନ ନିଜ ଘର ଆଗରେ OD32A9071 ଡାଲା ଲାଗିଥିବା OD32A9070 ନମ୍ବର୍ ବିଶିଷ୍ଟ ଟ୍ରାକ୍ଟର୍ କୁ ରାତିରେ କାମ ସାରି ନିଜର ଘର ଆଗରେ ରଖିଥିବା କିଛି ଦୁର୍ବୃତ୍ତ ଏହାକୁ ଚୋରି କରିନେଇଥିବା ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ I ସୂର୍ଯ୍ୟଙ୍କ ଅଭିଯୋଗକୁ ଭିତ୍ତି କରି ବେଲଗୁଣ୍ଠା ପୋଲିସ୍ ୨୬୭/୨୨ ରେ ଏକ ମାମଲା ରୁଜୁ କରି ସହରରେ ଲାଗି ଥିବା ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଟ୍ରାକ୍ଟର୍ ଟିକୁ ଭଞ୍ଜନଗରର ଏକ ଗ୍ୟାରେଜରୁ ଠାବ କରିଥିଲେ I ପ୍ରଥମେ ପୋଲିସ୍ ଗ୍ୟାରେଜ ମାଲିକକୁ ଆଣି ଅଟକ ପଚରା ଉଚରା କରିଥିବା ବେଳେ ଆଜି ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ