ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱାରୋପ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ୟୁଏସ ଇଣ୍ଡିଆ ବିଜନେସ କାଉନସିଲ ଏବଂ ସାଉଥ ଏସିଆ ଇଣ୍ଟରନ୍ୟାସନାଲ ଆଫେୟାର୍ ୟୁଏସ ଚାମ୍ବର ଅଫ୍ କର୍ମର୍ସ ଦ୍ୱାରା ଆୟୋଜିତ ‘ଇଣ୍ଡିଆ ଆଇଡ଼ିଆ ସମ୍ମିଟ’ରେ ଯୋଗଦେଇ ପ୍ରମୁଖ ଶିଳ୍ପ ସମୂହର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ଭାରତ ଏବଂ ୟୁଏସ ସମ୍ପର୍କରେ ଶିକ୍ଷା ଓ ଦକ୍ଷତା ବିକାଶ ଏକ ପ୍ରମୁଖ ସ୍ତମ୍ଭ । ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତର କଳ୍ପନା, ଶିକ୍ଷାର ଅନ୍ତର୍ଜାତୀୟକରଣ ଉପରେ ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱ ଓ ଯୁବବର୍ଗଙ୍କୁ ସ୍କିଲି, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ କରିବା ଦିଗରେ ଭାରତର ପ୍ରୟାସ ଉପରେ କେନ୍ଦ୍ରମନ୍ତ୍ରୀ ଏହି ସମ୍ମିଟରେ ଆଲୋଚନା କରିଛନ୍ତି । ଭାରତରେ ଡ଼ିଜିଟାଲ ଅର୍ଥନୀତି, ଆକାଂକ୍ଷୀ ଜନସଂଖ୍ୟା, ଜ୍ଞାନ ଆଧାରିତ ସମାଜ, ଅନେକ ସଂସ୍କାର ଭାରତ ପାଇଁ ଅପାର ସମ୍ଭାବନା ଆଣିଦେଇଛି । ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ । ଏହାସହ ଦେଶର ବ୍ୟାପକ ଭାବରେ ରୂପାନ୍ତରିତ ହେଉଥିବା ଶିକ୍ଷା ଓ ଦକ୍ଷତା ଦୃଶ୍ୟପଟ୍ଟରେ ସହଯୋଗୀ ହେବା ପାଇଁ ଆମେରିକୀୟ କମ୍ପାନୀ ଏବଂ ଶିକ୍ଷାନୁଷ୍ଠାନକୁ ସେ ନିମନ୍ତ୍ରଣ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ