କନ୍ଧମାଳ ଜିଲ୍ଲା ସ୍ବେଚ୍ଛାସେବୀ ମହାସଂଘର ଯୋଜନା ଓ ସମନ୍ୱୟ ବୈଠକ ଅନୁଷ୍ଠିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ବେଚ୍ଛାସେବୀ ମହାସଂଘର କାର୍ଯ୍ୟକାରିଣୀ ଓ ସମନ୍ୱୟ ବୈଠକ ରାମ ଚନ୍ଦ୍ର ଦାସ ଙ୍କ ଅଧକ୍ଷତାରେ ମୁଣ୍ଡିଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ଆଗାମି ତିନି ବର୍ଷ ପାଇଁ ମହାସଂଘ ର ଯୋଜନା ପ୍ରସ୍ତୁତି ସହିତ ଏହାର ସୁଦୃଢିକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କିପରି ସାମାଜିକ ଅନୁଷ୍ଠାନ ମାନେ ପଞ୍ଚାୟତରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସରକାରଙ୍କ ସହିତ ସମନ୍ୱୟ ରଖି କନ୍ଧମାଳ ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟକରିପାରିବେ ସେ ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଜିଲ୍ଲାରେ ଥିବା ମୁଖ୍ୟ ସମସ୍ୟା ମଧ୍ୟ ଶିକ୍ଷା, ମାଇଗ୍ରେସନ (ଦେଶାନ୍ତରଣ), ପେସା ଆଇନ ଭଳି ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଉପସ୍ଥିତ ସଦସ୍ୟମାନେ ଗୁରୁତ୍ୱ ଆରୋପ କରିଥିଲେ। ଉକ୍ତ ବୈଠକରେ ସଭ୍ୟା ସାବିତ୍ରି ଦେବୀ, ଚନ୍ଦ୍ରକାନ୍ତ ନାୟକ, ବରଦା ପ୍ରସନ ନାୟକ, ରବୀନ୍ଦ୍ର କୁମାର ପଣ୍ଡା, କୈଳାଶ ଚନ୍ଦ୍ର ଦଣ୍ଡପାଟ, କେଶମତି ପ୍ରଧାନ ଅଂଚଳ ର ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ। ଅନ୍ୟାନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ପ୍ରଦିପ କୁମାର ଦାସ, ଜଳନ୍ଦର ବେହେର ଦଳେଇ, ଫାଦର ମଦନ ସୁଆଲ ସିଂ, ଲିଙ୍ଗରାଜ ପ୍ରଧାନ, ସାନ୍ତନୁ ମିଶ୍ର ପ୍ରମୁଖ ସାଙ୍ଗଠନିକ ସୁଦୃଢ଼ୀ କରଣ ଉପରେ ମତ ପ୍ରକାଶ କରିଥିଲେ। ଫୁଲବାଣୀ ସ୍ବେଚ୍ଛାସେବୀ ମହାସଂଘ ଆଗାମି ଦିନରେ କିପରି ରାଜ୍ୟ ରେ ଏକ ଆଦର୍ଶ ଅନୁଷ୍ଠାନ ହୋଇ କାର୍ଯ୍ୟ କରିବ ସେ ଉପରେ ଅନେକ ସଦସ୍ୟ ମତ ଦେଇଥିଲେ। ଆବାହକ ଇଂ.ହରି ଶଙ୍କର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଚନ୍ଦ୍ରକାନ୍ତ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ